fbpx

ଭାରତ ଜିତିବା ପରେ ସନ୍ୟାସ ପାଇଁ ଘୋଷଣା କଲେ ବିରାଟ କୋହଲି, କହିଲେ ଏହି କଥା..

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ ୨୦୨୪ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଦ୍ୱିତୀୟ ଥର ଚାମ୍ପିୟନ ହେବାର ଗୌରବ ହାସଲ କରିଛି । ଏହି ମ୍ୟାଚରେ ବିରାଟ କୋହଲି ୭୬ ରନର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଛନ୍ତି । ହେଲେ ମ୍ୟାଚ ପରେ ହୋଇଥିବା ପ୍ରେଜେନଟେସନରେ କୋହଲି ଘୋଷଣା କରିଛନ୍ତି ଯେ, ଏହା ତାଙ୍କର ଶେଷ ବିଶ୍ୱକପ ଥିଲା । କୋହଲି କହିଛନ୍ତି ଯେ, ସେ ନିଜ କ୍ୟାରିୟରରେ ବିଶ୍ୱକପ ଟ୍ରଫି ଉଠାଇବାକୁ ଚାହୁଁଥିଲେ । ଏବଂ ଏହା ତାଙ୍କର ଶେଷ ସୁଯୋଗ ଥିଲା, ଯେତେବେଳେ ସେ ଭାରତ ପାଇଁ ଟି-୨୦ ମ୍ୟାଚ ଖେଳିଛନ୍ତି । ସେ ଟି-୨୦ କ୍ରିକେଟରୁ ସନ୍ୟାସ ନେଇଛନ୍ତି ।

ମ୍ୟାଚ ପରେ ଇଣ୍ଟରଭ୍ୟୁରେ ବିରାଟ କୋହଲି କହିଛନ୍ତି ଯେ, ଏହା ମୋର ଶେଷ ବିଶ୍ୱ କପ ଥିଲା । ଆମେ ଏହିସବୁ ହାସଲ କରିବାକୁ ଚାହୁଁଥିଲୁ । ଆପଣ ଭାବୁଥିବେ ଆପଣ ରନ କରିପାରୁନାହାନ୍ତି, ଆଉ ସେତେବେଳେ ଏହା ହୋଇଯାଏ । ଭଗବାନ ଯାହା କରନ୍ତି ଭଲ କରନ୍ତି । ଏହା ମୋ ପାଇଁ ‘ଏବେ ନୁହେଁ ତ କେବେ ନୁହେଁ’ ର ପରିସ୍ଥିତି ଥିଲା । ଏହା ମୋ ଭାରତ ପାଇଁ ଶେଷ ଟି-୨୦ ମ୍ୟାଚ ଥିଲା । ଆମେ ଏହି ବିଶ୍ୱ କପକୁ ଉଠାଇବାକୁ ଚାହୁଁଥିଲୁ । ଯଦି ଆମେ ହାରି ବି ଯାଇଥାଆନ୍ତୁ ତା’ପରେ ବି ନିଜ ସନ୍ୟାସର ଘୋଷଣା କରିଥାଆନ୍ତି ।

Get real time updates directly on you device, subscribe now.