fbpx

ୱାନଡେ’ରେ ଇତିହାସ ରଚିଛନ୍ତି ବିରାଟ କୋହଲି: ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ସୃଷ୍ଟି କଲେ ୱାଲ୍ଡ ରେକର୍ଡ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚ ସମୟରେ ଇତିହାସ ରଚିଛନ୍ତି ବିରାଟ କୋହଲି । ସେ ନିଜ ନାଁରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ ରେ ୩ ନମ୍ବରରେ ବ୍ୟାଟିଂ କରୁଥିବା କୋହଲି ୧୪ ହଜାର ରନ୍ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହା ସହିତ କୋହଲି ମଧ୍ୟ ୱାନଡେ’ରେ ୧୩ ହଜାର ରନ୍ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।

ତେବେ ୱାନଡେ’ରେ ୩୨୧ ଇନିଂସରେ ୧୩ ହଜାର ରନ୍ ସ୍କୋର କରିବାରେ ସଚିନ ସଫଳ ହୋଇଥିଲେ । ଏବେ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି କେବଳ ୨୬୭ ଇନିଂସରେ ୱାନଡେ’ରେ ୧୩ ହଜାର ରନ୍ ପୂରଣ କରିଛନ୍ତି ।

ୱାନଡେ’ରେ ଦ୍ରୁତତମ ୧୩୦୦୦ ରନ୍ :-
ବିରାଟ କୋହଲି- ୨୬୭ ଇନିଂସ ।
ସଚିନ ତେନ୍ଦୁଲକର – ୩୨୧ ଇନିଂସ ।
ରିକି ପେଣ୍ଟିଙ୍ଗ- ୩୪୧ ଇନିଂସ ।
କୁମାର ସଙ୍ଗକାରା- ୩୬୩ ଇନିଂସ ।
ସନଥ ଜୟସୁର୍ଯ୍ୟା- ୪୧୬ ଇନିଂସ ।

ଏହା ବ୍ୟତୀତ ୱାନଡେ’ରେ କୋହଲିଙ୍କର ଏହା ହେଉଛି ୪୭ ତମ ଶତକ । ବିରାଟ ୮୪ ଟି ବଲରେ ନିଜର ଶତକ ପୂରଣ କରିଛନ୍ତି । ତେବେ କଲମ୍ବୋରେ ଲଗାତାର ତୃତୀୟ ଶତକ କରି ବିରାଟ କମାଲ କରିଛନ୍ତି । କୋହଲିଙ୍କ ବ୍ୟତୀତ କେ.ଏଲ୍ ରାହୁଲ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ୱାନଡେ କ୍ୟାରିୟରର ଷଷ୍ଠ ଶତାବ୍ଦୀ ସ୍କୋର କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍ ଏକାଠି ପାକିସ୍ତାନୀଙ୍କର ନିଦ ହଜାଇ ଦେଇଛନ୍ତି ।

Get real time updates directly on you device, subscribe now.