ହନୁମାନଙ୍କୁ ସାଙ୍ଗରେ ନେଇ ବୁଲୁଛନ୍ତି ବିରାଟ କୋହଲି, ସେଥିପାଇଁ ଆଇପିଏଲ ୨୦୨୫ରେ କରୁଛନ୍ତି ଭଲ ପ୍ରଦର୍ଶନ

ଆଇପିଏଲ ୨୦୨୫ରେ ବିରାଟ କୋହଲି ଫର୍ମରେ ନଜର ଆସୁଛନ୍ତି, ଏହାର କାରଣ କୋହଲି ସାଙ୍ଗରେ ହନୁମାନଙ୍କୁ ନେଇ ବୁଲୁଛନ୍ତି।

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବିରାଟ କୋହଲି ଖୁବ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ସିଜନରେ ସେ ଏପର୍ଯ୍ୟନ୍ତ ୯ଟି ମ୍ୟାଚରେ ୩୯୨ ରନ କରିସାରିଛନ୍ତି। ଏହି ସିଜନରେ ଏବେ ସାଇ ସୁଦର୍ଶନଙ୍କ ପରେ ସବୁଠୁ ଅଧିକ ରନ କରିଛନ୍ତି ବିରାଟ। ଏହି ସମୟରେ ସେ ୫ଟି ଅର୍ଦ୍ଦଶତକ ରନ କରିଛନ୍ତି।

ସେହିପରି ଅରେଞ୍ଜ କ୍ୟାପର ରେସରେ ମଧ୍ୟ ସେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି। ଏହି ସିଜନରେ ବର୍ତ୍ତମାନ ସାଇ ସୁଦର୍ଶନଙ୍କ ପରେ ସବୁଠୁ ଅଧିକ ରନ ତାଙ୍କ ନାମରେ ଅଛି। ହେଲେ ଆପଣ ଜାଣିଛନ୍ତି କି, ବିରାଟଙ୍କ ଏହି ଭଲ ପ୍ରଦର୍ଶନର ରାଜ ହନୁମାନ ବୋଲି। ଆସନ୍ତୁ ଜାଣିବା ଏହି ବିଷୟରେ..

ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନର ରାଜ ହନୁମାନ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ଦିଲ୍ଲୀ କ୍ୟାପିଟଲ୍ସ ନିଜ ହୋମଗ୍ରାଉଣ୍ଡରେ ମ୍ୟାଚ ଖେଳିବା ଲାଗି ଉଡାଣ ଭରିବା ପୂର୍ବରୁ କୋହଲିଙ୍କ ଏକ ଫଟୋ ସେୟାର କରିଛି।

ଏଥିରେ ସେ ଏକ ପିଙ୍କ ଟି-ସାର୍ଟରେ ନଜର ଆସିଛନ୍ତି। ଏଥିସହ ସେ ଏକ କଳା ରଙ୍ଗର ବ୍ୟାଗ୍ ପକାଇଛନ୍ତି। ଏହି ବ୍ୟାଗରେ ଭଗବାନ ହନୁମାନଙ୍କ ଛୋଟ ମୂର୍ତ୍ତି ଲଟକାଯାଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, ସେ ଏହି ମୂର୍ତ୍ତିକୁ ନିଜ ସହ ନେଇ ଟ୍ରାଭେଲ୍ କରନ୍ତି। ଆଇପିଏଲ ସିଜନରେ ମଧ୍ୟ ପ୍ରତି ମ୍ୟାଚରେ ସେ ଏହି ବ୍ୟାଗକୁ ନେଇ ଯେଉଁଥିରେ ଭଗବାନ ହନୁମାନଙ୍କ ମୂର୍ତ୍ତି ଲଗାଯାଇଛି।

ବୋଧହୁଏ ଏହି କାରଣ ପାଇଁ ସେ ପ୍ରତ୍ୟେକ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି କୁହାଯାଉଛି। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଦାବି କରାଯାଇପାରିବ ନାହିଁ।