(Video) ବିରାଟ ଭାଙ୍ଗିଦେଲେ ହଜାର ହଜାର ଫ୍ୟାନ୍ସଙ୍କ ହୃଦୟ, ଆଉଟ ହେବା ପରେ ଷ୍ଟାଡିୟମ ଖାଲି, ଦେଖନ୍ତୁ ଭିଡିଓ
ରଣଜୀ ଟ୍ରଫିରେ ୧୨ ବର୍ଷ ପରେ ବିରାଟ କୋହଲିଙ୍କୁ ଦେଖିବା ଲାଗି ବହୁ ସଂଖ୍ୟାରେ ଫ୍ୟାନ୍ସ ଷ୍ଟାଡିୟମକୁ ଆସିଥିଲେ। ହେଲେ ସେମାନେ ଷ୍ଟାଡିୟମରୁ ନିରାଶ ହୋଇ ଫେରିଛନ୍ତି।
ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ୧୨ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବିରାଟ କୋହଲୀଙ୍କୁ ଦେଖିବା ଲାଗି ଅନେକ ସଂଖ୍ୟାରେ ଫ୍ୟାନ୍ସ ଆସିଥିଲେ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମକୁ ପ୍ରଥମ ଦିନ ବହୁ ସଂଖ୍ୟାରେ ଫ୍ୟାନ୍ସ ଆସିଥିଲେ।
ଦ୍ୱିତୀୟ ଦିନ ମଧ୍ୟ ଫ୍ୟାନ୍ସଙ୍କର ଏହି ଉତ୍ସାହ କମିନଥିଲା ଏବଂ ଷ୍ଟାଡିୟମରେ ସମସ୍ତ ଦ୍ୱାରକୁ ଫ୍ୟାନ୍ସଙ୍କ ପାଇଁ ଖୋଲାଯାଇଥିଲା। ହେଲେ ଫ୍ୟାନ୍ସଙ୍କୁ ଏଠାରୁ ନିରାଶ ହୋଇ ଫେରିବାକୁ ପଡିଥିଲା। ଏହି ମ୍ୟାଚରେ ଯେତେବେଳେ ବିରାଟ ଆଉଟ ହେଲେ, ସଙ୍ଗେ ସଙ୍ଗେ ଫ୍ୟାନ୍ସ ଷ୍ଟାଡିୟମରୁ ଖାଲି ହେବାକୁ ଲାଗିଲେ।
ଆଉଟ ହେବା ମାତ୍ରେ ଷ୍ଟାଡିୟମ ଖାଲି: ବିରାଟ କୋହଲି ୧୨ ବର୍ଷ ପରେ ଘରୋଇ କ୍ରିକେଟ ରଣଜୀ ଟ୍ରଫିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି, ହେଲେ ଏହା ଆଶା ମୁତାବକ ଗଲା ନାହିଁ। ଶୁକ୍ରବାର ଦିନ ଅରୁଣ ଜେଟଲୀ ଷ୍ଟାଡିୟମରେ ରେଲୱେଜ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ କୋହଲି ମାତ୍ର ୬ ରନ କରି ଆଉଟ ହୋଇଯାଇଥିଲେ।
The crowd started leaving Arun Jaitley Stadium 🏟️ as soon as Virat Kohli got out. (Vipul Kashyap) ✨#ViratKohli𓃵 #ChampionsTrophy #RanjiTrophy #ViratRanjiComeback pic.twitter.com/Gl2tuyHBdk
— Sachin VK 18 (@sachin_18VK__) January 31, 2025
କୋହଲି ଦ୍ୱିତୀୟ ଦିନରେ ଦିଲ୍ଲୀ ଇଂନିସରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କୁ ଦେଖିବା ଲାଗି ହଜାର ହଜାର ପ୍ରଶଂସକ ଷ୍ଟାଡିୟମରେ ପହଞ୍ଚିଥିଲେ। ହେଲେ ସେ ମାତ୍ର ୧୫ ବଲ୍ରେ ୬ ରନ କରି ୨୮ ଓଭରରେ ରେଲୱେଜର ଦ୍ରୁତ ବୋଲର ହିମାଂଶୁ ସାଂଗୱାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ।
ଏହାପରେ ବିରାଟଙ୍କ ଫ୍ୟାନ୍ସ ଧିରେଧିରେ ଷ୍ଟାଡିୟମରୁ ଖାଲି ହେବାକୁ ଲାଗିଲେ। ସେମାନେ ଯେଉଁ ଆଶା ବିରାଟଙ୍କ ଉପରେ ରଖିଥିଲେ, ତାହା ନିରାଶରେ ପରିଣତ ହୋଇଥିଲା। ତେବେ ଷ୍ଟାଡିୟମର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।