“ପିଲା ପରି ଶୋଇବି..”, ଆଇପିଏଲ ଚାମ୍ପିୟନ ହେବା ପରେ ବିରାଟ କୋହଲି ହେଲେ ଇମୋସନାଲ, ଏହି ଖାସ ବ୍ୟକ୍ତିଙ୍କୁ ମନେପକାଇଲେ..
ବିରାଟ କୋହଲି କହିଦେଲେ ଏହି କଥା
ନୂଆଦିଲ୍ଲୀ: ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗତକାଲି ଆଇପିଏଲର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଆଇପିଏଲ ୨୦୨୫ର ଟ୍ରଫିକୁ ଆରସିବି କବଜା କରିଛି।
ଦୀର୍ଘ ୧୭ ବର୍ଷର ତପସ୍ୟା ଶେଷ ହୋଇଛି ଆରସିବି ପାଇଁ। ଏହା ଆରସିବି ଟିମ ଏବଂ ଫ୍ୟାନ୍ସଙ୍କ ପାଇଁ ବଡ଼ ସଫଳତା। ତେବେ ବିଜୟ ପରେ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାବବିହ୍ୱଳ ହୋଇ ଖୁସିରେ କାନ୍ଦି ପକାଇଛନ୍ତି।
ମ୍ୟାଚ ପରେ ତାଙ୍କ ଠାରୁ କିଛି ପ୍ରତିକ୍ରିୟା ନିଆଯାଇଥିଲା, ସେଥିରେ ସେ କହିଛନ୍ତି ଯେ, ବିଜୟ ପରେ ସେ କାହାକୁ ଅଧିକ ମନେପକାଇଛନ୍ତି..
କେଉଁ ଖାସ୍ ବ୍ୟକ୍ତିଙ୍କୁ ମନେପକାଇଲେ ବିରାଟ: ଏହି ବିଜୟ ପରେ ବିରାଟ କେବଳ ଫ୍ୟାନ୍ସଙ୍କୁ ମନେପକାଇନାହାନ୍ତି, ବରଂ ସେ ଜଣେ ଖାସ ବ୍ୟକ୍ତିଙ୍କୁ ମନେପକାଇଛନ୍ତି।
ଏହି ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି, ସେ କୋହଲିଙ୍କ ବେଷ୍ଟ ଫ୍ରେଣ୍ଡ ନେଭିଲିୟର୍ସ। ଯିଏ ବେଙ୍ଗାଲୁରୁକୁ ଅନେକ ମ୍ୟାଚ ଜିତାଇଛନ୍ତି।
ସେ ଡେଭିଲିୟର୍ସଙ୍କୁ ମନେପକାଇ କହିଛନ୍ତି ଯେ, ଏବିଡି(ଏବି ପେଭିଲିୟର୍ସ) ଏହି ଫ୍ରାଞ୍ଚାଇଜ୍ ପାଇଁ ଯାହା କରିଛନ୍ତି, ତାହା ଶାନଦାର ଥିଲା। ମୁଁ ତାଙ୍କୁ ଏହା କହିବି ଯେ, ଏହି ବିଜୟ ତାଙ୍କ ପାଇଁ ଯେତିକି ଆମ ପାଇଁ। ମୁଁ ଚାହୁଁଛି ଯେ, ଆପଣ ଆମ ସହ ସେଲିବ୍ରେଟ କରନ୍ତୁ।
ବିରାଟ ଆହୁରି କହିଛନ୍ତି ଯେ, ଅନେକ ବର୍ଷର ଅବସର ପରେ ବି ସେ ସବୁଠୁ ଅଧିକ ପ୍ଲେୟାର ଅଫ ଦ ମ୍ୟାଚ ଜିତିଥିବା ଖେଳାଳି ହୋଇଛନ୍ତି।
‘ଛୋଟ ପିଲାଙ୍କ ଭଳି ଶୋଇବି’: ଯେତେବେଳେ କୋହଲିଙ୍କୁ ପଚରାଯାଇଥିଲା ଯେ, ତାଙ୍କ ପାଇଁ କଣ ଗୁରୁତ୍ୱ ରହିଛି। କୋହଲି ଏହାର ଉତ୍ତରରେ କହିଛନ୍ତି, “ଏହା ମୋର ସବୁଠାରୁ ବଡ଼ ବିଜୟ ମଧ୍ୟରୁ ଗୋଟିଏ। ମୁଁ 18 ବର୍ଷ ଧରି ଏହି ଫ୍ରାଞ୍ଚାଇଜ୍ ପ୍ରତି ବିଶ୍ୱସ୍ତ ରହିଆସିଛି ଏବଂ ସେମାନେ ମୋ ପାଇଁ ସେଠାରେ ଅଛନ୍ତି। ଏପରି ସମୟ ଆସିଛି ଯେତେବେଳେ ମୁଁ ମୋର ମନ ପରିବର୍ତ୍ତନ କରୁଥିଲି କିନ୍ତୁ ମୁଁ ଏହି ଦଳରେ ଯୋଡି ରହିଲି।
ମୁଁ ସେମାନଙ୍କ ସହିତ ଛିଡ଼ା ହୋଇଥିଲି, ସେମାନେ ମୋ ସହିତ ଛିଡ଼ା ହୋଇ ରହିଥିଲେ। ମୁଁ ଏହି ଦଳ ସହିତ ଜିତିବା ବିଷୟରେ ଚିନ୍ତା କରିଥିଲି। ଏବଂ ଏହା ଅନ୍ୟ କୌଣସି ଦଳ ସହିତ ଜିତିବା ଅପେକ୍ଷା ଅଧିକ ସ୍ୱତନ୍ତ୍ର କାରଣ ମୋର ହୃଦୟ ଏବଂ ଆତ୍ମା ବାଙ୍ଗାଲୋରର… ମୁଁ ବଡ଼ ଟୁର୍ଣ୍ଣାମେଣ୍ଟ ଜିତିବାକୁ ଚାହୁଁଛି ଏବଂ ଏହା ଏପର୍ଯ୍ୟନ୍ତ ବାକି ଥିଲା। ଏବେ.. ଆଜି ରାତିରେ ମୁଁ ଶିଶୁ ପରି ଶୋଇବି।”