CHARIDHAM

Video: ପାକିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ପରେ କାନ୍ଦିପକାଇଲେ କୋହଲି, କାନ୍ଧରେ ଉଠାଇ ଉତ୍ସବ ପାଳିଲେ ରୋହିତ ଶର୍ମା

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍ ପାକିସ୍ତାନକୁ ଚାରି ଉଇକେଟ୍‌ରେ ହରାଇ ଆଗୁଆ ଦୀପାବଳି ପାଳନ କରିଛି । ମେଲବର୍ଣ୍ଣରେ ହୋଇଥିବା ଏହି ରୋମାଞ୍ଚକର ମୁକାବିଲାରେ ବିରାଟ କୋହଲିଙ୍କ ଧମାକାଦାର ଇନିଂସ ବଳରେ ଭାରତ ପାକିସ୍ତାନକୁ ମାଟି ଚଟାଇଛି । ଏହି ଐତିହାସିକ ବିଜୟ ପରେ ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ମୁହୁର୍ତ୍ତ ଦେଖିବାକୁ ମିଳିଛି, ଯେଉଁ ସମୟରେ ବିରାଟ କୋହଲିଙ୍କୁ ରୋହିତ ନିଜ କାନ୍ଧରେ ଉଠାଇ ସେଲିବ୍ରେସନ୍ କରିଥିଲେ ।

ବିରାଟ କୋହଲିଙ୍କ ଇନିଂସ ଏତେ ସ୍ମରଣୀୟ ଏବଂ ପ୍ରଶଂସନୀୟ ଯେ, ମ୍ୟାଚ୍ ଶେଷ ହେବା ପରେ ସମସ୍ତେ ତାଙ୍କ ଦ୍ୱାରା ଖେଳାଯାଇଥିବା ଇନିଂସ ବିଷୟରେ ଆଲୋଚନା କରୁଛନ୍ତି। ଶେଷ ଓଭରରେ ଭାରତକୁ ଜିତିବା ପାଇଁ ୧୬ ରନ୍ ଆବଶ୍ୟକ ଥିଲା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଓଭରର ପ୍ରଥମ ବଲରେ ଆଉଟ ହୋଇଯାଇଥିଲେ, ପରେ କାର୍ତ୍ତିକଙ୍କ ସହ ବିରାଟ କୋହଲି ଭାରତକୁ ବିଜୟର ନିକଟତର କରିଥିଲେ। ଏଥି ସହ ବିରାଟ କୋହଲିଙ୍କ ଏହି ଇନିଂସରେ ଅଧିନାୟକ ରୋହିତ ଶର୍ମା ଏତେ ଖୁସି ଥିଲେ ଯେ ସେ ବିରାଟ କୋହଲିଙ୍କୁ କାନ୍ଧରେ ଉଠାଇଥିଲେ।

ମ୍ୟାଚ୍ ଶେଷ ହେବା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜକୁ ଅଟକାଇ ପାରିନଥିଲେ ଏବଂ ଉଭୟଙ୍କ ସହ ଉତ୍ସବ କରୁଥିବା ଦେଖିବାକୁ ମିଳିଥିଲା।