fbpx

Big Breaking… ବିଶ୍ୱକପର ପ୍ରଥମ ମ୍ୟାଚରେ ବିରାଟ କୋହଲି ରଚିଲେ ଇତିହାସ: ୱାର୍ଣ୍ଣର ବି ଛୁଇଁଲେ ମାଇଲଷ୍ଟୋନ

Advertisement

ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ କେଳୁଛି ଟିମ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅଧୀନରେ ଏହି ବିଶ୍ୱକପ ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି । ତେବେ ପ୍ରଥମ ମ୍ୟାଚରେ ହିଁ ବଡ଼ ଇତିହାସ ଲେଖିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ବିରାଟଙ୍କ ନାଁ ଏକ ବଡ଼ ରେକର୍ଡ ଯୋଡ଼ି ହୋଇଛି । ପୂର୍ବ ଅଧିନାୟକ ଅନିଲ କୁମ୍ବଲେ ଏବଂ ଅନ୍ୟ ଭେଟେରାନ୍ ଖେଳାଳିଙ୍କୁ ଏହି ତାଲିକାରେ ପଛରେ ପକାଇ ଦେଇଛନ୍ତି କିଙ୍ଗ କୋହଲି ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ଇନିଂସର ତୃତୀୟ ଓଭରର ଦ୍ୱିତୀୟ ବଲରେ ଭାରତକୁ ସଫଳତା ଦେଇଛନ୍ତି ୟର୍କର କିଙ୍ଗ ଜଶପ୍ରୀତ ବୁମରାହ । ସ୍ଲିପ ଅଞ୍ଚଳରେ କ୍ୟାଚ କରାଇ ଅଷ୍ଟ୍ରେଲିଆର ଓପନର ମିଚେଲ ମାର୍ଶଙ୍କୁ ସେ ପାଭିଲିୟନ ପଠାଇଛନ୍ତି । ତେବେ ମାର୍ଶଙ୍କ ଏହି କ୍ୟାଚ ହାତେଇଛନ୍ତି ଭାରତର ସର୍ବଶ୍ରେଷ୍ଠ ଫିଲ୍ଡର ବିରାଟ କୋହଲି । ଏହି କ୍ୟାଚ ସହିତ କୋହଲି ବିଶ୍ୱକପରେ ସର୍ବାଧିକ କ୍ୟାଚ ନେବାର ରେକର୍ଡ ନିଜ ନାମରେ କରିଛନ୍ତି । ମାର୍ଶଙ୍କ ୱିକେଟ ସହ କୋହଲି ବିଶ୍ୱକପ ଇତିହାସରେ ମୋଟ ୧୫ଟି କ୍ୟାଚ ହାତେଇଛନ୍ତି । ଏହାସହିତ ଜଣେ ନନ୍ ୱିକେଟ କିପର ଭାବରେ ସର୍ବାଧିକ କ୍ୟାଚ ନେଇ ଇତିହାସ କରିଛନ୍ତି ବିରାଟ । ତେବେ ଏହି ତାଲିକାରେ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍ ଅନିଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି । ଅନିଲ କୁମ୍ବଲେ ମୋଟ ୧୪ଟି କ୍ୟାଚ ନେଇଥିବା ବେଳେ କପିଲ ଦେବ ଏବଂ ସଚିନ୍ ତେନ୍ଦୁଲକର ୧୨ଟି ଲେଖାଏଁ କ୍ୟାଚ ନେଇଛନ୍ତି ।

ସେପଟେ ଅଷ୍ଟ୍ରେଲିଆର ଷ୍ଟାର ଓପନର ଡାଭିଡ ୱାର୍ଣ୍ଣର ମଧ୍ୟ ଏହି ମ୍ୟାଚରେ ଏକ ବଡ଼ ମାଇଲଷ୍ଟୋନକୁ ଛୁଇଁଛନ୍ତି । ଏହି ମ୍ୟାଚରେ ବିଶ୍ୱକପରେ ନିଜର ୧୦୦୦ ରନ୍ ପୂରଣ କରିଛନ୍ତି ୱାର୍ଣ୍ଣର । ବ୍ୟକ୍ତିଗତ ୧୦୦୦ ରନ୍ ପୂରଣ କରିବାରେ ୱାର୍ଣ୍ଣ ଚତୁର୍ଥ ଅଷ୍ଟ୍ରେଲୀୟ ବ୍ୟାଟର ପାଲଟିଛନ୍ତି । ତାଙ୍କପୂର୍ବରୁ ଭେଟେରାନ୍ କ୍ରିକେଟର ରିକି ପଣ୍ଟିଂ(୧୭୪୩), ଆଡାମ୍ ଗିଲକ୍ରୀଷ୍ଟ(୧୦୮୫) ଏବଂ ମାର୍କ ୱ(୧୦୦୪) ରନ୍ କରିବାରେ ସଫଳ ହୋଇଛନ୍ତି । ତେବେ ଚତୁର୍ଥ ଖେଳାଳି ଭାବରେ ୱାର୍ଣ୍ଣର ୧୦୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.