fbpx

T20Iରେ ଅନ୍ତ ଘଟିଲା ‘ରୋହିତ-କୋହଲି’ ଯୁଗ, ଆଖ୍ୟା ସହ ମିଳିଲା ସ୍ମରଣୀୟ ବିଦାୟ

Advertisement

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ବିଶ୍ୱ କପ ୨୦୨୪ର ଟାଇଟଲ ଜିତିବା ପରେ ଫର୍ମାଟରେ ସନ୍ୟାସର ଘୋଷଣା କରିଛନ୍ତି । କୋହଲି ଏବଂ ରୋହିତଙ୍କ ଟୀମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ରୋହିତଙ୍କ ଅଧିନାୟକତ୍ୱ ସଫଳତା ପାଇଛି । ତାଙ୍କୁ କୋହଲିଙ୍କ ପରେ ଦାୟିତ୍ୱଭାର ପ୍ରଦାନ କରାଯାଇଥିଲା, ଯେଉଁଥିରେ ସେ ସଫଳ ହୋଇଛନ୍ତି । ରୋହିତ ଏବଂ କୋହଲିଙ୍କ ସନ୍ୟାସ ସହ ଗୋଟିଏ ଯୁଗର ଅନ୍ତ ଘଟିଛି । କୋହଲି ଟି-୨୦ ଇଣ୍ଟରନେସନାଲରେ ଅନେକ ରେକର୍ଡ କରିଛନ୍ତି । ଏହି ରେକର୍ଡକୁ ଭାଙ୍ଗିବା, କୌଣସି ଖେଳାଳି ପାଇଁ ସମ୍ଭବପର ନୁହେଁ । ବର୍ତ୍ତମାନ ସେମାନଙ୍କୁ ଏକ ସ୍ମରଣୀୟ ବିଦାୟ ମିଳିଛି ।

ଟୀମ ଇଣ୍ଡିଆ ୧୭ ବର୍ଷ ପରେ ଟି-୨୦ ବିଶ୍ୱ କପର ଟାଇଟଲକୁ ହାସଲ କରିଛି । ଭାରତ ପ୍ରଥମ ଥର ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାପ୍ଟେନରେ ୨୦୦୭ରେ ଏହି ବିଜୟ ହାସଲ କରିଥିଲା । ହେବେ ବର୍ତ୍ତମାନ ରୋହିତ ଶର୍ମା ପୁଣିଥରେ ଫ୍ୟାନ୍ସଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟୀମ ୱାନଡେ ବିଶ୍ୱ କପ ୨୦୨୩ର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା । ହେଲେ ଏହାକୁ ହାରିବାର ସାମ୍ନା କରିବାକୁ ପଡିଥିଲା । ଏଥର ରୋହିତ ଫ୍ୟାନ୍ସକୁ ନିରାଶ କରିନାହାନ୍ତି ଏବଂ ଟୀମକୁ ଚ୍ୟାମ୍ପିୟନ କରିଛନ୍ତି ।

ବିରାଟ କୋହଲି ନିଜ କ୍ୟାରିୟରେ ଅନେକ ରେକର୍ଡ କରିଛନ୍ତି । ଯଦି ଆମେ ତାଙ୍କ ଟି-୨୦ ଇଣ୍ଟରନେସନାଲ କ୍ୟାରିୟର ଉପରେ ନଜର ପକାଇବା ତେବେ ସେ ଭଲ ପ୍ରଦର୍ଶନ କରିଛନ୍ତି । ସେ ୧୨୫ଟି ମ୍ୟାଚରେ ୪୧୮୮ ରନ କରିଛନ୍ତି । ସେ ୧ ଶତକ ଏବଂ ୩୮ ଅର୍ଦ୍ଧଶତକ କରିଛନ୍ତି । କୋହଲୀଙ୍କ ସର୍ବଶ୍ରେଷ୍ଠ ସ୍କୋର ଅପରାଜୟ ୧୨୨ ରନ ରହିଛି । କୋହଲି ଟୀମ ଇଣ୍ଡିଆ ପାଇଁ ଏକ ଭରଷା ରହିଛି । ଏହି ଖେଳରେ ସେ ୭୬ ରନ କରି ଭାରତକୁ ଜିତାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି ।

ଅନ୍ୟପଟେ ରୋହିତଙ୍କ କଥା କହିବାକୁ ଗଲେ, ରୋହିତ ଶର୍ମା ବ୍ୟାଟିଙ୍ଗ ପାଇଁ ଫେମସ ଥିଲେ । ସେ ସ୍ଥିତିକୁ ଦେଖି ଖେଳନ୍ତି । ରୋହିତ ଭାରତ ପାଇଁ ୧୫୯ ଟି-୨୦ ମ୍ୟାଚ ଖେଳି ସମୁଦାୟ ୪୨୩୧ ରନ କରିଛନ୍ତି । ସେ ଏହି ଫର୍ମାଟରେ ୫ ଶତକ ଏବଂ ୩୨ ଅର୍ଦ୍ଧଶତକ ଲଗାଇଛନ୍ତି । ରୋହିତଙ୍କ ସର୍ବଶ୍ରେଷ୍ଠ ଅପରାଜୟ ସ୍କୋର ୧୨୧ ରନ ଥିଲା । ସେ ଅନେକ ସ୍ମରଣୀୟ ମ୍ୟାଚ ଖେଳିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ତାଙ୍କ ବ୍ୟାଟିଙ୍ଗ ଭାରତକୁ ବିପଦ ସମୟରେ ବିଜୟ ଦେବାରେ ସଫଳ ରହିଛି ।

Get real time updates directly on you device, subscribe now.