fbpx
BJD SKY
BJD SKY

ଶ୍ରୀଲଙ୍କା ବିପକ୍ଷରେ କୋହଲି ଖେଳିବେ ୧୦୦ତମ ଟେଷ୍ଟ ,ଆସନ୍ତା ୩ରେ ମୋହାଲିରେ ଅନୁଷ୍ଠିତ ହେବ ମ୍ୟାଚ୍

BJD

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ଅନୁଷ୍ଠିତ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ । ପ୍ରଥମେ ତିନି ମ୍ୟାଚ ବିଶିଷ୍ଟ ସିରିଜ ଓ ପରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜନ କରା ଯିବ । ଫେବୃୟାରୀ ୨୦ ତାରିଖ ଦିନ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ । ପରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମାର୍ଚ୍ଚ ୨୬ ଓ ୨୭ ତାରିଖ ଦିନ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆ ଯାଇଛି ।

ସେହିପରି ପଞ୍ଜାବର ମୋହାଲିରେ ମାର୍ଚ୍ଚ ୩ରୁ ୭ ତାରିଖ ପର୍ଯ୍ୟନ୍ତ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ଓ ବେଙ୍ଗାଲୁରରେ ମାର୍ଚ୍ଚ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଟେଷ୍ଟ ଅନୁଷ୍ଠିତ ହେବ । କୋହଲି ଶ୍ରୀଲଙ୍କା  ବିରୋଧରେ ଖେଳିବେ ଜୀବନର ୧୦୦ତମ ଟେଷ୍ଟ । ତେଣୁ ଗତ ୧୪ ବର୍ଷଧରି କୋହଲି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ଫ୍ରାଞ୍ଚାଇଜ ସହିତ ଜଡିତ ଥିବାରୁ ଏଠାରେ ତାଙ୍କର ୧୦୦ତମ ଟେଷ୍ଟ ଆୟୋଜନ ପାଇଁ ବିସିସିଆଇ କାର୍ଯ୍ୟକ୍ରମ ସ୍ଥିର କରିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ କରା ଯାଇ ମୋହଲିରେ କୋହଲି ୧୦୦ତମ ଟେଷ୍ଟରେ ପଦର୍ପଣ କରିବେ ବୋଲି ସ୍ଥିର କରା ଯାଇଛି ।ତେବେ ବାଙ୍ଗାଲୋର ଟେଷ୍ଟ ଦିବାରାତ୍ର ଭାବେ ଅନୁଷ୍ଠିତ ହେବକି ନାହିଁ ତାହା ଫଇସଲା କରା ଯାଇନାହିଁ ।

Get real time updates directly on you device, subscribe now.