fbpx
BJD SKY
BJD SKY

ଆଜିଠୁ ବଣ୍ଟା ଯିବ ଫାଇଲେରିଆ ବଟିକା, ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଆରମ୍ଭ ହେବ ଅଭିିଯାନ

BJD

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାସ୍‌ ଡ୍ରଗ ଆଡ୍‌ମିନିଷ୍ଟ୍ରେସନ ଅଭିଯାନ ଆଧାରରେ ଗୁରୁବାରଠାରୁ ଫାଇଲେରିଆ ବଟିକା ବଣ୍ଟନ କରାଯିବ । ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ଏହି ଅଭିଯାନ ଚାଲୁ ରହିବ । ୧୦ ତାରିଖରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ୧୫ଟି ପ୍ରିଭାଲେଣ୍ଟ ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ କରାଯିବ । ସେହିସବୁ ଜିଲ୍ଲାରେ ଦୁଇଟି ବଟିକା ଦିଆଯିବ । ଗୋଟିଏ ହେଉଛି ଫାଇଲେରିଆ ମେଡିସିନ ଓ ଅନ୍ୟଟି ହେଲା ଆଲ୍‌ବେଣ୍ଡାଜୋଲ । ଏହି ଦୁଇଟି ମେଡିସିନ ଦୁଇବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କୁ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ନୟାଗଡ଼ ଏବଂ ନୂଆପଡ଼ାରେ ଏହା ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ କରାଯିବ । ଏଥିରେ ବରଗଡ଼, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ସାମିଲ ରହିଛି ।

ସେ ଆହୁରି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୧ କୋଟି ୪୦ ଲକ୍ଷ ଲୋକ ଏଥିରେ ସାମିଲ ହେବେ । ସେହିପରି ବଟିକା ବାଣ୍ଟିବା ପାଇଁ ୫୫ ହଜାର ୫୪୪ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯିବ । ଏହାଛଡ଼ା ୫୫୫୫ ଜଣ ସୁପରଭାଇଜର ଏହାକୁ ଯାଞ୍ଚ କରିବେ । ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ସମସ୍ତଙ୍କୁ ବଟିକା ଖାଇବାକୁ ଦିଆଯିବ । ତେବେ ଗର୍ଭବତୀ ମହିଳା, ଅତି ଦୁର୍ବଳ ବ୍ୟକ୍ତି ଓ ଦୁଇ ବର୍ଷରୁ କମ୍‌ ପିଲାଙ୍କୁ ଏହି ମେଡିସିନ ଦିଆଯିବ ନାହିଁ । ଏଥିରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବାବେଳେ ସମସ୍ତଙ୍କୁ ଏହି ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.