fbpx

(Video) ପାଳନ ହେବନି ବିରାଟଙ୍କ ଜନ୍ମଦିନ! IND vs SA ମ୍ୟାଚ ପୂର୍ବରୁ କୋହଲିଙ୍କ ଫ୍ୟାନ୍ସଙ୍କୁ ଝଟକା

କୋଲକାତା: ଆଉ କିଛି ସମୟ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡ଼ା ଟକ୍କର । କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଏହି ମହାମୁକାବିଲା ଖେଳାଯିବ । ତେବେ ଏହାପୂର୍ବରୁ ବିରାଟ କୋହଲିଙ୍କ ଫ୍ୟାନ୍ସଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଆଜି ବିରାଟ କୋହଲିଙ୍କ ୩୫ ତମ ଜନ୍ମଦିନ । ତେଣୁ କୋହଲିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଗ୍ରାଉଣ୍ଡରେ ଏକ ସ୍ୱତନ୍ତ୍ର ଉତ୍ସବ ଯୋଜନା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ସେଲିବ୍ରେସନ ହୋଇପାରିବ ନାହିଁ ବୋଲି ଜାଣିବାକୁ ମିଳିଛି । ଷ୍ୟାଡିୟମରେ ବିରାଟ କୋହଲିଙ୍କ ଜନ୍ମଦିନ ପାଇଁ କୌଣସି ବଡ଼ ସେଲିବ୍ରେସନ ହେବନାହିଁ ବୋଲି କହିଛି ଆଇସିସି ।

କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନରେ ବିରାଟ କୋହଲିଙ୍କ ଜନ୍ମଦିନ ଅବସରରେ କୌଣସି ଉତ୍ସବ ପାଳନ ହେବ ନାହିଁ । କୋହଲିଙ୍କ ଜନ୍ମଦିନରେ ପଡ଼ିଆ ଭିତରେ ଜନ୍ମଦିନ ଉତ୍ସବ ପାଳନ ପାଇଁ ଅନୁମତି ଦେବାକୁ ମନା କରିଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଆଇସିସିର ଏହି ନିଷ୍ପତ୍ତି ଏବେ ବିରାଟଙ୍କ ପ୍ରଶଂସକଙ୍କୁ ଏକ ଜୋରଦାର ଝଟକା ଦେଇଛି । ବିରାଟ କୋହଲିଙ୍କ ଜନ୍ମଦିନ ପାଳନର ଦୃଶ୍ୟ ଦେଖିବା ପାଇଁ ଅନେକ ଦର୍ଶକ ଏଠାକୁ ଆସିଥିଲେ । କିନ୍ତୁ ଆଇସିସି ଏହି ନିଷ୍ପତ୍ତିରେ ସମସ୍ତଙ୍କ ମନ ଭାଙ୍ଗି ଦେଇଛି ।

ତେବେ କ୍ରିକେଟ୍ ପଡ଼ିଆ ବାହାରେ ବିରାଟ କୋହଲିଙ୍କ ପାଇଁ ଏହି ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରଶଂସକମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ଗ୍ରାଉଣ୍ଡରେ ଜନ୍ମଦିନ ଉତ୍ସବ ପାଳନ କରିବାକୁ ଆଇସିସି ଅନୁମତି ଦେଇନଥିଲେ ମଧ୍ୟ ଏଥିପାଇଁ କୋହଲିଙ୍କ ପ୍ରଶଂସକମାନେ ବଡ଼ ଯୋଜନା କରୁଛନ୍ତି । ଇଡେନ୍ ଗାର୍ଡେନ୍ ବାହାରେ ବିରାଟ କୋହଲିଙ୍କ ଜର୍ସି ବିକ୍ରି ହେଉଛି । ପ୍ରଶଂସକମାନେ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ, ବିରାଟ କୋହଲିଙ୍କ ଜନ୍ମଦିନରେ ବିରାଟ କୋହଲିଙ୍କ ଜର୍ସି ପିନ୍ଧି ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ । ଏହା ବ୍ୟତୀତ ବିରାଟ କୋହଲିଙ୍କ ୭୦ ହଜାର ମାସ୍କ ମଧ୍ୟ ବ୍ୟାପକ ବିତରଣ କରାଯାଉଛି ।

Get real time updates directly on you device, subscribe now.