ପାକିସ୍ତାନରୁ ଆସି LTVରେ ଥିବା ହିନ୍ଦୁଙ୍କର ଭିସା ରଦ୍ଦ ହେବନି

ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ। 

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି। ପାକିସ୍ତାନରୁ ଆସି ଭାରତରେ ଥିବା ହିନ୍ଦୁଙ୍କୁ ଆଶ୍ୱସ୍ତି। ହେଲେ ସମସ୍ତଙ୍କୁ ନୁହେଁ। ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ। LTVରେ ଥିବା ହିନ୍ଦୁଙ୍କର ଭିସା ରଦ୍ଦ ହେବନି।

ହଁ ଲଙ୍ଗ ଟର୍ମ ଭିସା (LTV)ରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ କଲେ ଭାରତ ସରକାର। ପାକିସ୍ତାନରୁ ଆସି LTVରେ ଥିବା ହିନ୍ଦୁଙ୍କର ଭିସା ରଦ୍ଦ ହେବନି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଭାରତ ସରକାର। ସେଥିପାଇଁ ଭାରତରେ ଥିବା ସମସ୍ତ ପାକିସ୍ତାନୀଙ୍କୁ ଭାରତରୁ ତଡିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଏହାରି ଭିତରେ ଲଙ୍ଗ ଟର୍ମ ଭିସାରେ ଥିବା ହିନ୍ଦୁଙ୍କ ପାଇଁ କିନ୍ତୁ କଟକଣା କୋହଳ କରିଛନ୍ତି ଭାରତ ସରକାର।