fbpx

ମୋ ମା’କୁ ବିପଦରେ ପକାଇଲା ଭିସ୍ତାର ଏୟାର ଲାଇନ୍ସ, ଇନଷ୍ଟାରେ ପୋଷ୍ଟ ହେଲା ଭିଡିଓ

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ପ୍ରଶ୍ନ ଘେରରେ ଆସିଲା ଭିସ୍ତାରା ବିମାନ । ତେବେ ବ୍ୟକ୍ତି ଜଣଙ୍କ ଆରୋପ ଅନୁସାରେ ବିମାନ ଲ୍ୟାଣ୍ଡ କଲା ପରେ ତାଙ୍କର ଅନ୍ଧ ମା’ଙ୍କୁ ବିମାନରୁ ଓହ୍ଲାଇ ନଥିଲେ ବିମାନର କର୍ମଚାରୀ । ଏହିଘଟଣାଟି ୩୧ ଅଗଷ୍ଟରେ ଘଟିଥିଲା । ଦୃଷ୍ଟିହୀନ ମହିଳା ଜଣଙ୍କ ଦିଲ୍ଲୀରୁ କୋଲକାତା ଯାତ୍ରା କରୁଥିଲେ । ସେ ଅନ୍ଧ ଥିବାରୁ ବିମାନ ଲ୍ୟାଣ୍ଡ କଲା ପରେ ତାଙ୍କୁ କୌଣସି କର୍ମଚାରୀ ଓହ୍ଲାଇ ନଥିଲେ । ଫଳରେ ସେ ବିମାନ ମଧ୍ୟରେ ବହୁ ସମୟ ଧରି ବସି ରହିଥିଲେ ।

ଏହି ଘଟଣା ପରେ ମହିଳାଙ୍କ ପୁଅ ଆୟୁଷ କେଜ୍ରିୱାଲ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବା ସହିତ ସମ୍ପୂର୍ଣ୍ଣ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ । ବ୍ୟକ୍ତି ଜଣଙ୍କ ତାଙ୍କ ଇନଷ୍ଟାଗ୍ରମରେ ଲେଖିଛନ୍ତି ‘ଭିସ୍ତାରା ଏୟାରଲାଇନସ, ଆପଣ ମୋର ମା’କୁ ଏପରି ବିପଦରେ କିପରି ଛାଡିଲେ? କ’ଣ ଆପଣ ବିକଳାଙ୍ଗ ବ୍ୟକ୍ତି ମାନଙ୍କ ଦେଖାଶୁଣା ଠିକ ଭାବରେ କରୁଛନ୍ତି? ଯେଉଁମାନଙ୍କୁ ଆପଣଙ୍କ ଭରଷାରେ ଛଡା ଯାଇଥାଏ । ତେବେ ଏହି ଘଟଣା ଆଶ୍ଚର୍ୟ୍ୟ ବୋଲି ଆୟୁଷ ଲେଖିଛନ୍ତି । ସେ ତାଙ୍କ ମା’ଙ୍କୁ ସହାୟକ ଯୋଜନା ଅନୁରୋଧ କରିଥିଲେ । କିନ୍ତୁ ବିମାନ କର୍ମଚାରୀ ମାନେ ତାଙ୍କ ମା’ଙ୍କ ସହାୟତା କରି ନଥିଲେ । ଯାହା ଫଳରେ ତାଙ୍କ ମା’ ବିମାନ ଭିତରେ ବସି ରହିଥିଲେ । ଯେତେବେଳେ ସଫେଇ କର୍ମଚାରୀ ବିମାନ ଭିତରକୁ ଯାଇଥିଲେ ସେତେବେଳେ ମହିଳା ଜଣକ ଚିତ୍କାର କରିଥିଲେ । ଏହା ପରେ ତାଙ୍କୁ ବିମାନରୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଗଲା । ତେବେ ଏହି ଘଟଣା ପରେ ସୋସିଆଲ ମିଡିଆ ଭିଡିଓରେ ଉତ୍ତରରେ ଭିସ୍ତାରା ବିମାନ କ୍ଷମା ପ୍ରାର୍ଥନା କରିବା ସହିତ ଆମେ ଏହି ଘଟଣାରେ ଦୁଃଖିତ ବୋଲି କହିଛନ୍ତି ଏୟାରଲାଇନ୍ସ ।

Get real time updates directly on you device, subscribe now.