fbpx

ଆଥଲେଟିକ୍ସରେ ରାମରାଜଙ୍କ କମାଲ: ଭାରତର ମୋଟ ପଦକ ସଂଖ୍ୟା ୬୩ରେ ପହଞ୍ଚିଲା

Advertisement

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ବିଜୟଯାତ୍ରା ଜାରି ରଖିଛନ୍ତି । ଏହା ମଧ୍ୟରେ ୧୦ମ ଦିନରେ ମଧ୍ୟ ଭାରତ ଏକାଧିକ ପଦକ ହାତେଇଛି । ଆଥଲେଟିକ୍ସରେ ଭାରତ କମାଲ କରିଛି । ମହିଳା ୪୦୦ ମିଟର ହର୍ଡଲ୍ସ ଫାଇନାଲରେ ଭିଥ୍ୟା ରାମରାଜ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୩ରେ ପହଞ୍ଚିଛି ।

ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି । ରାମରାଜ ୫୫.୬୮ ସମୟ ନେଇ ଏହି ପଦକ ହାସଲ କରିଥିଲେ । ଏହା ପୂର୍ବରୁ ଅର୍ଜୁନ ସିଂହ ଓ ସୁନୀଲ ସଲାମଙ୍କ ଯୋଡ଼ି ୧୦୦୦ ମିଟର କନୌ ସ୍ପ୍ରିଣ୍ଟରେ ପଦକ ଜିତିଥିଲେ । ଏହି ଯୋଡ଼ି ୩ ମିନିଟ ୫୩.୩୨୯ ସେକେଣ୍ଡରେ ରେସିଂ ପୂରା କରିଥିଲେ । ଏହାପରେ ମହିଳା ବକ୍ସିଂରେ ୫୦-୫୪ କେଜି ଇଭେଣ୍ଟରେ ଭାରତର ପ୍ରୀତିଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ଏହା ମଧ୍ୟରେ ଆଜିର ଦଶମ ଦିନରେ ଭାରତ ମୋଟ ୯ଟି ପଦକ ଜିତିଛି । ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୯ରେ ପହଞ୍ଚିଛି । ସେଥିମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ରହିଛି । କେନୋଇଙ୍ଗ, ୫୪ କ୍ରିଗ୍ରା ବକ୍ସିଂ, ୪୦୦ ମିଟର ହର୍ଡଲ୍ସ, ୫୦୦୦ ମିଟର ଦୌଡ଼, ୮୦୦ ମିଟର ଦୌଡ଼, ଟ୍ରିପଲ ଜମ୍ପ, ଡେକାଥ୍ଲୋନ, ଜାଭେଲିନ ଥ୍ରୋ ଓ ୯୨ କେଜି ବକ୍ସିଂ ଆଦି ବିଭାଗରେ ଭାରତୀୟ କ୍ରୀଡ଼ାବିତମାନେ ଆଜି ପଦକ ଜିତିଛନ୍ତି ।

Get real time updates directly on you device, subscribe now.