ଭାରତରେ ଲଞ୍ଚ ହେଲା Vivo V50, କମ୍ ଦାମରେ DSLR ଭଳି ଉଠିବ ଫଟୋ
ଭିଭୋ ଏହାର ବହୁ ପ୍ରତିକ୍ଷିତ ଫୋନ Vivo V50 ଲଞ୍ଚ କରିଛି । କମ୍ ଦାମରେ ଦମଦାର ଫିଚର ଦେଇଛି କମ୍ପାନୀ ।
ନୂଆଦିଲ୍ଲୀ: ଭିଭୋ ଭାରତରେ ଏହାର ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହାର ନାମ ହେଉଛି ଭିଭୋ V50 ରଖାଯାଇଛି । କମ୍ପାନୀ ଏଥିରେ ZEISS ସହ-ଇଞ୍ଜିନିୟର୍ଡ କ୍ୟାମେରା ଯୋଗାଇଛି ।
ଏହି ଫୋନ୍ ସାହାଯ୍ୟରେ ବିବାହ ଏବଂ ପାର୍ଟିର ଫଟୋ କ୍ଲିକ୍ କରାଯାଇପାରିବ । ଯାହା ପାଇଁ ସ୍ୱତନ୍ତ୍ର ଫ୍ରେମ୍ ମଧ୍ୟ ପ୍ରଦାନ କରାଯାଇଛି ।
ଫୋନର ଦାମ୍- Vivo V50 ର ପ୍ରାରମ୍ଭିକ ମୂଲ୍ୟ 34,999 ଟଙ୍କା ରହିଛି । ଏହି ମୂଲ୍ୟରେ ଆପଣ 8GB Ram + 128GB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ପାଇବେ ଏବଂ 36,999 ଟଙ୍କାରେ ଆପଣ 8GB Ram + 256GB ଷ୍ଟୋରେଜ୍ ପାଇବେ ।
ସେହିପରି 12GB + 512GB ଷ୍ଟୋରେଜ୍ ଭାରିଆଣ୍ଟକୁ 40,999 ଟଙ୍କାରେ କିଣିପାରିବେ । ଏହାର ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି ଏବଂ ପ୍ରଥମ ସେଲ୍ ଫେବୃଆରୀ 25 ରୁ ଆରମ୍ଭ ହେବ ।
V50ର ସ୍ପେସିଫିକେସନ- Vivo V50 ରେ 6.77 ଇଞ୍ଚର ଡିସପ୍ଲେ ରହିଛି । ଯାହା 120Hz ରିଫ୍ରେସ୍ ରେଟ୍ ଏବଂ 4500nits ସର୍ବାଧିକ ଉଜ୍ଜ୍ୱଳତା ସହିତ ଆସିଥାଏ । ସ୍କ୍ରିନ୍ ସୁରକ୍ଷା ପାଇଁ ଡାଇମଣ୍ଡ ସିଲ୍ଡ ଗ୍ଲାସ୍ ଯୋଗାଇ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ, ଏହି ସ୍ମାର୍ଟଫୋନରେ ଏକ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ମଧ୍ୟ ଅଛି ।
Vivo V50ର ବ୍ୟାଟେରୀ- Vivoର ଏହି ହ୍ୟାଣ୍ଡସେଟରେ 6000mAhର ବ୍ୟାଟେରୀ ରହିଛି । ସେହିପରି 9 ଓ୍ବାଟର ଚାର୍ଜର ମଧ୍ୟ ଦେଇଛି କମ୍ପାନୀ । ଫଳରେ କମ୍ ସମୟରେ ଚାର୍ଜ ହୋଇପାରିବ ମୋବାଇଲ୍ ।