fbpx

ଭାରତରେ ଲଞ୍ଚ ହେଲା Vivoର ନୂଆ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

Advertisement

ନୂଆଦିଲ୍ଲୀ: ସ୍ମାର୍ଟଫୋନ କମ୍ପାନୀ Vivo ଏହାର ନୂଆ ସ୍ମାର୍ଟଫୋନ Vivo Y21G ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିଛି । ଏହି ପକେଟ ଫ୍ରେଣ୍ଡଲୀ ସ୍ମାର୍ଟଫୋନ କମ୍ପାନୀର ୱାଇ-ସିରିଜର ଲେଟେଷ୍ଟ ଏଡିସନ । ଏଥିରେ ମିଡିଆଟେକ ପ୍ରୋସେସର ସହ ଏକ୍ସଟେଣ୍ଡେଡ ରାମର ମଧ୍ୟ ସୁବିଧା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚସ ଏବଂ ଦାମ୍ ।

ଏମିତି ରହିଛି ଏହାର ଫିଚର୍ସ:

Vivo Y21G ଆଣ୍ଡ୍ରଏଡ୍ 11 ଏବଂ FunTouch OS 11.1 ଫନଟଚ୍ ଦ୍ୱାରା ପରିଚାଳିତ । ଏହି ସ୍ମାର୍ଟଫୋନରେ 6.5 inch ର HD+ LCD ଡିସପ୍ଲେ ସହ ରହିଛି । ଏଥିରେ MediaTek MT6769  ପ୍ରୋସେସର ରହିଛି ଏବଂ ଏହାକୁ କେବଳ ଗୋଟିଏ ଭ୍ୟାରିଏଣ୍ଟ ୪+୬୪ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟ ସହ ଲଞ୍ଚ କରାଯାଇଛି । ଏଥିରେ ଏକ୍ସଟେଣ୍ଡେଡ ରାମ ଦେଖିବାକୁ ମିଳିବ, ଏହି ଫିଚର୍ସ ସାହଯ୍ୟରେ ୟୁଜର୍ସ ୧ ଜିବି ପର୍ଯ୍ୟନ୍ତ ରାମକୁ ବଢ଼ାଇପାରିବେ ।

କ୍ୟାମେରା ପାଇଁ ଫୋନରେ ୧୩+୨ ମେଗାପିକ୍ସଲର ଡୁଆଲ କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ସହିଭଳି ସେଲ୍ଫୀ ଏବଂ ଭିଡିଓ କଲ୍ ପାଇଁ ୮ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । ଭିଭୋ ୱାଇ ୨୧ ଜି ରେ ୬୪ ଜିବି ଇଣ୍ଟରନାଲ ମେମୋରୀ ଦିଆଯାଇଛି । ଏହାକୁ ମେମୋରୀ କାର୍ଡ ସାହଯ୍ୟରେ ବଢ଼ାଯାଇପାରିବ । କନେକ୍ଟିଭିଟି ପାଇଁ ଫୋନରେ ଡୁଆଲ ନାନୋ ୪ଜି ସିମ୍, ୱାଇ-ଫାଇ, ବ୍ଲୁଟୁଥ୍ ରହିଛି ଏଥିରେ ଆପଣଙ୍କୁ ୟୁଏସବି ଟାଇପ୍ ସି ପୋର୍ଟ ଦେଖିବାକୁ ମିଳିବ । ସ୍ମାର୍ଟଫୋନରେ 5000 mAhର ବ୍ୟାଟେରୀ ରହିଛି ଏବଂ 18 Wର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦେଖିବାକୁ ମିଳିବ ।

ଏଭଳି ରହିଛି ଦାମ୍:

Vivo Y21G ର ଦାମ୍ ଭାରତରେ ୧୩,୯୯୦ ଟଙ୍କା ରଖାଯାଇଛି । ଏହି ଫୋନକୁ ଡାଇମଣ୍ଡ ଗ୍ଲୋ ଏବଂ ମିଡନାଇଟ ବ୍ଲୁ କଲର ଅପ୍ସନରେ ଲଞ୍ଚ କରାଯାଇଛି । ଏହାକୁ ରିଟେଲ ଷ୍ଟୋରରୁ କିଣିପାରିବେ ।

 

Get real time updates directly on you device, subscribe now.