ଗାର୍ଲଫ୍ରେଣ୍ଡଙ୍କ ସହ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଲେ ପୁଟିନ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଭିଡିଓ

ପଦାକୁ ଆସିଲା ପୁଟିନଙ୍କ ଅଜବ ଆଚରଣ। ଅଣ୍ଡରଗାର୍ମେଣ୍ଟ ବିନା ବିଛଣାରେ ଥରୁଥିବାର ଆସିଛନ୍ତି ନଜର। ଭାଇରାଲ ହେଉଛି ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ନେକେଡ୍ ଦୃଶ୍ୟ!

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ନୂଆ ଏଆଇ ନିର୍ମିତ ଚଳଚ୍ଚିତ୍ରରେ ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ନେକେଡ୍ ଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଚଳଚ୍ଚିତ୍ରଟି ପୋଲାଣ୍ଡର ନିର୍ଦ୍ଦେଶକ ପ୍ୟାଟ୍ରିକ୍ ଭେଗାଙ୍କ ଦ୍ୱାରା ନିର୍ମିତ, ଯିଏ ପୁଟିନଙ୍କ ମାନସିକତା ଏବଂ ତାଙ୍କ ଅଜବ ଆଚରଣକୁ ପରଦାକୁ ଆଣିବାକୁ ଚେଷ୍ଟା କରନ୍ତି।

ଫିଲ୍ମରେ ପୁଟିନ ଏକ ଅଜବ ଏବଂ ବିଚିତ୍ର ସ୍ଥିତିରେ ନଜର ଆସିଛନ୍ତି, ଯେଉଁଠାରେ ସେ ଅସଞ୍ଜତ ଅବସ୍ଥାରେ ବିଛଣାରେ ଥରୁଥିବାର ନଜର ଆସିଛନ୍ତି, ଯାହା ତାଙ୍କ ଦୁର୍ବଳ ଭାବମୂର୍ତ୍ତିକୁ ଦର୍ଶାଉଛି।

ପୁଟିନଙ୍କ ମୁଣ୍ଡରେ ବିଧା: ଏହି ଚଳଚ୍ଚିତ୍ରଟି ପୁଟିନଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କ ପୂର୍ବ ଆକ୍ରମଣାତ୍ମକ ମନୋଭାବ ଉପରେ ଏକ ବ୍ୟଙ୍ଗ ଦୃଶ୍ୟ ଉପରେ ଆଧାରିତ।

ଅଭିନେତା ସ୍ଲାଭୋମିର ସୋବାଲା ପୁଟିନଙ୍କ ହାବଭାବ ଏବଂ ଚାଲିବା ଶୈଳୀ ଉପରେ ଦୁଇ ବର୍ଷ ଧରି ଅଧ୍ୟୟନ କରିଥିଲେ ଯାହା ଦ୍ୱାରା ସେ ପରଦାରେ ସତ ଭଳି ଲାଗିବ।

ଫିଲ୍ମର ଗୋଟିଏ ଦୃଶ୍ୟରେ ପୁଟିନ ପିଲାବେଳୁ ମୁଣ୍ଡରେ ବିଧା ମାରିଥିବା ବେଳେ ଅନ୍ୟ ଏକ ଦୃଶ୍ୟରେ ସେ ଜୁଡୋ ଶିଖୁଥିବାର ଦେଖିବାକୁ ମିଳିଛି।

ଡ୍ରାଇଭର ସାଜିଲେ ପୁଟିନ: ଏହାବ୍ୟତୀତ ପୁଟିନଙ୍କୁ ଜଣେ ଟ୍ୟାକ୍ସି ଡ୍ରାଇଭର ଭାବରେ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ଟ୍ରେଲରରେ ପୁଟିନଙ୍କୁ ଏପରି ଦେଖିବାକୁ ମିଳିଛି।

ଏହି ଚଳଚ୍ଚିତ୍ରରେ ଅନେକ ବିବାଦୀୟ ଏବଂ ସାହସିକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ୨୦ ଜଣ ମହିଳା ବରଫରେ ଦୌଡୁଛନ୍ତି ଏବଂ ପୁରୁଷମାନଙ୍କ ସହିତ ଅସ୍ତ୍ରଶସ୍ତ୍ରରେ ପିଛା କରାଯାଉଛି।

ଫିଲ୍ମର ଉଦ୍ଦେଶ୍ୟ: ଏହି ଫିଲ୍ମର ଉଦ୍ଦେଶ୍ୟ ଦର୍ଶକଙ୍କୁ ପୃଥିବୀର ସବୁଠାରୁ ବିପଜ୍ଜନକ ମଣିଷଙ୍କ ମନକୁ ଦେଖିବାର ସୁଯୋଗ ଦେବା। ଫିଲ୍ମଟି ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ଏବଂ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି।

ବାସ୍ତବରେ ଏଆଇ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବ୍ଲାଦିମିର ପୁଟିନଙ୍କୁ କୁଖ୍ୟାତ ରୁଷୀୟ ନେତା ଭାବରେ ଉପସ୍ଥାପିତ କରାଯାଇଛି।

ଏଥିସହ ଭ୍ଲାଦିମିର ପୁଟିନଙ୍କ ମନ କେମିତି ଚାଲୁଛି ତାହା କହିବାକୁ ଚେଷ୍ଟା କରାଯାଇଛି। ଏଥିସହ ପୁଟିନଙ୍କୁ ଜଣେ ଦୁର୍ବଳ ବ୍ୟକ୍ତି ଭାବେ ଉପସ୍ଥାପିତ କରାଯାଇଛି।