Vi ଆରମ୍ଭ କଲା ପୁରୁଣା ପ୍ଲାନ, 5G ପୂର୍ବରୁ jio କୁ ଝଟକା! ତିନିମାସ ଦୈନିକ ମିଳିବ ଏତିକି ଡାଟା

ନୂଆଦିଲ୍ଲୀ: ଦେଶର ବଡ ଟେଲିକମ୍ କମ୍ପାନୀ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଭଳି କମ୍ପାନୀ ମୋବାଇଲ୍ ପ୍ଲାନର ଦାମ୍ ବୃଦ୍ଧି କରିଛନ୍ତି । ଏହି କମ୍ପାନୀମାନେ କେତେକ ପ୍ଲାନକୁ ବନ୍ଦ କରିଦେଇଛନ୍ତି । ଆହୁରି ମଧ୍ୟ ଅନେକ ପ୍ଲାନର ଫାଇଦାକୁ କମ୍ କରାଯାଉଛି । ଭୋଡାଫୋନ ଆଇଡିଆ କମ୍ପାନୀର ଏକ ପ୍ଲାନ ପୂର୍ବରୁ 719 ଟଙ୍କା ରହିଥିଲା । ବର୍ତ୍ତମାନ ଏହାର ଦାମ୍ ବଢି 859 ହୋଇଯାଇଛି । ଏହାରି ଭିତରେ ଗ୍ରାହକଙ୍କୁ ଖୁସି ଖବର ଦେଇଛି କମ୍ପାନୀ । ପୁଣିଥରେ 719 ଟଙ୍କିଆ ପ୍ଲାନ ଆରମ୍ଭ କରାଯାଇଛି ।

Vi Rs 719 Recharge Planଭୋଡାଫୋନ ଆଇଡିଆର 719 ଟଙ୍କିଆ ପ୍ଲାନ ଗ୍ରାହକଙ୍କୁ ବେସ୍ ପସନ୍ଦ ରହିଥାଏ । ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହିତ ପ୍ରତିଦିନ 1ଜିବି ଡାଟା ମିଳିବ । ତେବେ ଏହି ଡାଟା ଶେଷ ହେବା ପରେ ଇଣ୍ଟରନେଟ୍ ସେବା ଠପ୍ ହେବ ନାହିଁ । ବରଂ ଇଣ୍ଟରନେଟ ସ୍ଲୋ ହୋଇ 64 Kbps ସ୍ପିଡ ମିଳିବ । ଏହି ପ୍ଲାନରେ 84 ଦିନର ଭାଲିଡିଟି, ପ୍ରତିଦିନ 1.5 ଜିବି ଡାଟା, ଅନଲିମିଟେଡ୍ କଲିଂ ଏବଂ ଭୋଡାଫୋନ ଆଇଡିଆ ହିରୋ ଅନଲିମିଟେଡର ଫାଇଦା ମିଳୁଥିଲା ।

ତେବେ ପ୍ରକାଶଥାଉକି, ଭୋଡାଫୋନ ଆଇଡିଆ ଖୁବଶୀଘ୍ର 5ଜି ସେବା ଆରମ୍ଭ କରିବାକୁ ଯାଉଛି । ଏହାପୂର୍ବରୁ ଜିଓ, ଏୟାରଟେଲ ଅନେକ ଦେଶରେ 5ଜି ସେବା ଆରମ୍ଭ କରିସାରିଛନ୍ତି । ତେବେ ଭୋଡାଫୋନ ଆଇଡିଆ କିଛି ବର୍ଷ ହେବ 5ଜି ଟେକ୍ନୋଲୋଜି ଉପରେ କାମ କରୁଛନ୍ତି । 5ଜି ସର୍ଭିସ ଲଞ୍ଚ କରିବାକୁ ଶେଷ ପର୍ଯ୍ୟାୟରେ କମ୍ପାନୀ । ପ୍ରଥମେ ଦିଲ୍ଲୀ ଏବଂ ମୁମ୍ବାଇରେ ଏହି ସେବା ଆରମ୍ଭ ହେବା ନେଇ ସୂଚନା ରହିଛି ।