ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଶେଷ କରାଯିବ । ଏହାକୁ ଶୃଙ୍ଖଳିତ କରିବାପାଇଁ ବୁଧବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଭୋଟ ଗଣତି ସମୟରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥ୍ରିତି ନଜର ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଭୋଟ ଗଣତି କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପାଢ଼ି ଡିଜିିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ପରିସ୍ଥିତିରେ ଭୋଟ ଗଣତି ରାତିରେ କରାଯାଏ ତେବେ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ନଜର ଦେବାକୁ ଶ୍ରୀ ପାଢ଼ି କହିଛନ୍ତି ।