fbpx

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ? ପ୍ରଧାନମନ୍ତ୍ରୀ ପଦ ଲାଗି କିଏ ଲୋକଙ୍କର ଅଧିକ ପସନ୍ଦ

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଏବେ ଏକ ବର୍ଷରୁ ବି ଆହୁରି କମ୍ ସମୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃୃତ୍ୱରେ ବିଜେପି ପୁନର୍ବାର ତୃତୀୟ ଥର ଲାଗି ସରକାର ଗଢିବା ଚେଷ୍ଟାରେ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଅନ୍ୟପକ୍ଷରେ ୨୬ ଗୋଟି ଦଳକୁ ନେଇ ବିରୋଧୀ ମେଣ୍ଟ ମଧ୍ୟ ନିଜର ସ୍ଥିତିକୁ ମଜଭୁତ କରିଦେବାରେ ଲାଗିପଡିଛି । ତେବେ କିଏ ଜିତିବ ଏହା ତ ଭୋଟ ଗଣନା ପରେ ଜଣାପଡିବ । କିନ୍ତୁ ନିକଟରେ ଜନତାଙ୍କ ମୁଡ୍ ମାପିବା ଲାଗି ଏକ ସର୍ଭେ କରାଯାଇଥିଲା । ତେବେ ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି ବୋଲି ଜଣାପଡିଛି ।

ଏହି ସର୍ଭେ ରାଜସ୍ଥାନ ବିଧାନସଭା ନିର୍ବାଚନ ଉପରେ କେନ୍ଦ୍ରିତ ଥିଲା । ରାଜସ୍ଥାନରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଲୋକଙ୍କ ଠାରୁ ସେମାନଙ୍କ ରାୟ ନିଆଯାଇଥିଲା । ଲୋକମାନଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ସେମାନଙ୍କ ପସନ୍ଦଯୋଗ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରାଯାଇଥିଲା । ୬୩ ପ୍ରତିଶତ ଲୋକ ଉତ୍ତର ଦେଇଥିଲେ ଯେ, ସେମାନେ ନରେନ୍ଦ୍ରମୋଦୀଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି ବୋଲି । ଦ୍ୱିତୀୟରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯାହାଙ୍କୁ ୨୦ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୃତୀୟରେ ରହିଛନ୍ତି ଓ ତାଙ୍କୁ ୬ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି ।

ତେବେ ଏହି ସର୍ଭେରେ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମାତ୍ର ୨ ପ୍ରତିଶତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି । ତେବେ ସର୍ଭେରେ ସାମିଲ ଲୋକଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ମୋଦୀ ଓ ରାହୁଲଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ଭାବରେ ଆପଣମାନେ କାହାକୁ ଚୟନ କରିବେ ସେତେବେଳେ ୭୦ ପ୍ରତିଶତ ଲୋକ ମୋଦୀଙ୍କ ନାମ ନେଇଥିଲେ ଓ ୨୫ ପ୍ରତିଶତ ବ୍ୟକ୍ତି ରାହୁଲଙ୍କ ନାମ ନେଇଥିଲେ ।

 

Get real time updates directly on you device, subscribe now.