fbpx

ଭବାନୀପୁରରେ ଚାଲିଛି ମତଦାନ: ମମତା ଓ ପ୍ରିୟଙ୍କାଙ୍କ ମଧ୍ୟରେ କଡ଼ା ଟକ୍କର, ସମସେରଗଞ୍ଜରେ ଟିଏମସି ନେତା ଗିରଫ୍

କୋଲକତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହି ଆସନ ପାଇଁ ୨ ଲକ୍ଷରୁ ଅଧିକ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛୁଛନ୍ତି । ଭବାନୀପୁର ବ୍ୟତୀତ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜାଙ୍ଗିପୁର ଓ ଓଡ଼ିଶାର ‘ପିପିଲି’ରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଚାଲିଛି । ଉପନିର୍ବାଚନ ପାଇଁ ଭୋଟଗଣତି ୩ ଅକ୍ଟୋବରରେ ହେବ ।

ତେବେ ଭବନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି । ମମତାଙ୍କ ପାଇଁ ଏହି ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ଏହାର ନିଷ୍ପତ୍ତି ଏହି ଉପନିର୍ବାଚନରୁ ସ୍ପଷ୍ଟ ହେବ । ଯଦି ସେ ଏହି ଆସନରେ ହାରିଯାଆନ୍ତି, ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିପାରେ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

ଅନ୍ୟପଟେ ସମସେରଗଞ୍ଜରେ ଭୋଟିଂ ଆରମ୍ଭର କିଛି ସମୟ ପରେ ବୋମା ପକାଇଥିବା ଘଟଣାରେ ଟିମଏସି ନେତା ଅନାରୁଲା ହକଙ୍କୁ ଗିରଫ କରିଛି ପୋଲିସ । ୧୦ଟା ସୁଦ୍ଧା ସମସେରଗଞ୍ଜରେ ୧୬.୩୨୫, ଜାଙ୍ଗିପୁରରେ ୧୭.୫୧ ଓ ଭବାନୀପୁରରେ ୭.୫୭% ମତଦାନ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିଲେ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରସ୍ତା କରି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବିଜୟୀ ଲାଭ କରିଥିଲେ । ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧ହଜାର ୯୫୩ ଭୋଟରେ ହାରିଥିଲେ ମମତା ବାନାର୍ଜୀ । କିନ୍ତୁ ରାଜ୍ୟରେ ଟିଏମସିର ବ୍ୟାପକ ବିଜୟ କାରଣରୁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ତାଙ୍କୁ ୬ ମାସ ଭିତରେ ଗୃହକୁ ନିର୍ବାଚିତ ହେବାକୁ ପଡିବ, ତେଣୁ ସେ ଏହି ସମୟରେ ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Get real time updates directly on you device, subscribe now.