fbpx
BSKY
BJD MS SKY
BJD YOUTH SKY

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

ଇସଲାମାବାଦ: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ଏଥିପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହେବ । ଏହି ନିର୍ବାଚନରେ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍‌(ଏନ୍‌) ଏବଂ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ । ନୱାଜ ଶରିଫ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଲିଡ୍ କରୁଛନ୍ତି ଏବଂ ସେ ୪ର୍ଥ ଥର ପାଇଁ କ୍ଷମତାକୁ ଆସିବା ନେଇ ଚର୍ଚ୍ଚା ହେଉଛି । ଏହି ନିର୍ବାଚନରେ ୧୨.୮୫ କୋଟିରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଭୋଟର ଅଛନ୍ତି । ପାକିସ୍ତାନ ନିର୍ବାଚନ ଆୟେଗ ଅନୁଯାୟୀ ଦେଶରୁ ୫, ୧୨୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ମତଦାନ ସନ୍ଧ୍ୟା ୫ଟାରେ ଶେଷ ହେବ । ତେବେ ମତଦାନ ସମୟରେ କୌଣସି ପ୍ରକାର ହିଂସା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୬ ଲକ୍ଷରୁ ଉର୍ଦ୍ଧ୍ୱ ପୋଲିସ ଓ ସେନା ବାହିନୀମାନଙ୍କୁ ମୁତୟନ କରାଯାଇଛି । ଏହା ସହ ଆଫଗାନିସ୍ତାନ ଏବଂ ଇରାନ ସହ ଦେଶର ସୀମାକୁ ସିଲ କରିଦିଆଯାଇଛି । ପୋଲିଂ ଅଧିକାରୀଙ୍କ ତତ୍ୱବଧାନରେ ୯୦ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ସାମଗ୍ରୀ ବିତରଣ କରାଯାଇଛି । ତେବେ ମତଦାନକୁ ଦୃଷ୍ଟିରେ ରଖି ଦେଶରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି ।

ପାକିସ୍ତାନ ମୁସଲିମ ଲିଗ୍‌(ଏନ୍‌)ର ପ୍ରମୁଖ ୭୪ ବର୍ଷୀୟ ନୱାଜ ଶରିଫ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ଅଛନ୍ତି । ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିବାବେଳେ ଦଳର ଘୋଷଣା ପତ୍ର ଭାରତକୁ ‘ଶାନ୍ତି ବାର୍ତ୍ତା’ ଦେବାର ପ୍ରତିଶୃତି ଦେଇଛି । କିନ୍ତୁ ଗୋଟିଏ ସର୍ତ୍ତରେ କି ଭାରତକୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଫେରାଇବାକୁ ପଡ଼ିବ । ଅପରପକ୍ଷରେ ୩୫ ବର୍ଷୀୟ ବିଲାୱଲ ଭୁଟ୍ଟୋ ହେଉଛନ୍ତି ଜଣେ ରାଜବଂଶୀୟ । ପିପିପି ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଦୌଡ଼ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.