fbpx

କୋଟିଆରେ ଚାଲିଛି ମତଦାନ

କୋଟିଆ,୧୩ ।୨(ଓଡିଶା ଭାସ୍କର): କୋରାପୁଟ ‘କୋଟିଆ’ରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ଚାଲିଛି । ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡିବାନ୍ଧି ଠିଆ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି । କୋଟିଆ ଅଞ୍ଚଳରେ ଆନ୍ଧ୍ର ପୋଲିସ ଛାଉଣୀ ହୋଇ ରହିଛନ୍ତି । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ ।

ତେବେ ଗଞ୍ଜାମ, କୋରାପୁଟ ଓ ଗଜପତିରେ ନିର୍ବାଚନ କରିବାକୁ ଆନ୍ଧ୍ର ପ୍ରୟାସ କରୁଛି । ୫୮ ଗାଁରେ ଆନ୍ଧ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରୟାସ କରୁଛି । ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ଅଭିଯୋଗ କରିଛି ଓଡିଶା । ଓଡିଶାର ଆବେଦନ ଉପରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଗତକାଲି ଶୁଣାଣି ହୋଇଛି । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ ଲୋଡିଛନ୍ତି । ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦାଖଲ ପାଇଁ ଆନ୍ଧ୍ରକୁ ନୋଟିସ ଦିଆଯାଇଛି । ଆସନ୍ତା ୧୯ ବା ଶୁକ୍ରବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.