ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତରେ ନିର୍ବାଚନ କମିଶନ ମତଦାନକୁ ନେଇ ଭୋଟରଙ୍କୁ ସଚେନତ କରିବା କ୍ଷେତ୍ରରେ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏ ପର୍ଯ୍ୟନ୍ତ ସ୍କୁଲ, କମ୍ୟୁନିଟି ସେଣ୍ଟର, ସୋସାଇଟି ଇତ୍ୟାଦିରେ ଭୋଟିଂକୁ ନେଇ ସଚେତନତା ଅଭିଯାନ ପରିଚାଳନା କରାଯାଉଥିଲା କିନ୍ତୁ ଏବେ ପ୍ରଥମ ଥର ଲାଗି ଏପରି ହୋଇଛି କି ୬୦ଫୁଟ୍ ପାଣି ତଳୁ ଲୋକଙ୍କୁ ଭୋଟ ଦେବା ଲାଗି ସଚେତନ କରାଯାଉଛି । ଭୋଟରଙ୍କୁ ସଚେତନ କରିବା ପାଇଁ ଚେନ୍ନାଇରେ ସ୍କୁବା ଡାଇଭିଂ କରୁଥିବା ଲୋକମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।
#WATCH | Election Commission of India tweets "In a unique voter awareness initiative, scuba divers in Chennai dove into the sea, enacting the voting process sixty feet underwater in Neelankarai."
(Source: ECI) pic.twitter.com/flnD09EPMf
— ANI (@ANI) April 12, 2024
ଚେନ୍ନ୍ନାଇର ନୀଳାଂକରଇରେ ସମୁଦ୍ରରେ ୬୦ ଫୁଟ ଗଭୀରକୁ ଯାଇ ସ୍କୁବା ଡାଇଭରମାନେ ମତଦାନର ପୁରା ପ୍ରକ୍ରିୟା ବିଷୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି । ନିର୍ବାଚନ କମିଶନ ପକ୍ଷରୁ ଏହାର ଏକ ଭିଡିଓ ବି ଜାରି କରାଯାଇଛି । ଭିଡିଓ ଜାରି କରି ନିର୍ବାଚନ କମିଶନ ଲେଖିଛନ୍ତି, ଏକ ଅଭିନବ ମତଦାତା ସଚେତନତା ଅଭିଯାନ ଜରିଆରେ ଚେନ୍ନାଇରେ ସ୍କୁବା ଡାଇଭରମାନେ ନୀଳାଂକରଇରେ ୬୦ ଫୁଟ ପାଣି ତଳେ ମତଦାନ ପ୍ରକ୍ରିୟା ଆୟୋଜନ କରିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ କି ଏପ୍ରିଲ ୧୯ରେ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଫଳାଫଳ ଜୁନ୍ ୪, ୨୦୨୪ରେ ଆସିବ ବୋଲି ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି ।