ଆରପାରିରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ
101 ବର୍ଷ ବୟସରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ।
ନୂଆଦିଲ୍ଲୀ: ବରିଷ୍ଠ CPI-M ନେତା ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନଙ୍କ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କୁ 101 ବର୍ଷ ହୋଇଥିଲା । ଘରେ ହୃଦଘାତର ସନ୍ଦେହ ହେବାରୁ ଜୁନ୍ ୨୩ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନ ଆଜି ଅପରାହ୍ନ ୩.୨୦ ମିନିଟରେ ତିରୁବନନ୍ତପୁରମର ଏସ୍ୟୁଟି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଜାନୁଆରୀ 2021ରେ ପ୍ରଶାସନିକ ସଂସ୍କାର କମିଟିର ଅଧ୍ୟକ୍ଷ ପଦ ଛାଡିଥିଲେ ଭିଏସ୍ ଅଚ୍ୟୁତାନନ୍ଦନ । ଏହାପରେ ଥିରୁବନନ୍ତପୁରମରେ ତାଙ୍କ ପୁଅ କିମ୍ବା ଝିଅଙ୍କ ଘରେ ସେ ରହି ଆସୁଥିଲେ ।
ସେ ୨୦୦୬ ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ସାତ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ତିନିଥର ବିରୋଧୀ ଦଳର ନେତା ମଧ୍ୟ ଥିଲେ ।
‘ଭିଏସ୍’ ନାମରେ ଜଣାଶୁଣା ଅଚ୍ୟୁତାନନ୍ଦନ, ୧୯୬୪ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଠାରୁ ଅଲଗା ହୋଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇ-ଏମ୍) ଗଠନ କରିଥିବା ୩୨ ଜଣ ପ୍ରତିଷ୍ଠାତାଙ୍କ ମଧ୍ୟରୁ ଦୁଇଜଣ ବଞ୍ଚିଥିବା ନେତାଙ୍କ ମଧ୍ୟରୁ ଜଣେ ଥିଲେ । ୨୦୦୬ ମସିହାରେ ୮୨ ବର୍ଷ ବୟସରେ, ସେ କେରଳରେ ଦଳକୁ ପୁନର୍ବାର କ୍ଷମତାକୁ ଆଣିଥିଲେ ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ ।