ଫିକ୍ସ ଡିପୋଜିଟ୍ ଉପରେ ଅଧିକ ସୁଧ ଚାହୁଁଛନ୍ତି କି? ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ଅଧିକ

ନୂଆଦିଲ୍ଲୀ: ଏବେବି ଲୋକମାନେ ବ୍ୟାଙ୍କଗୁଡ଼ିକରେ ଫିକ୍ସ ଡିପୋଜିଟ୍ କରିବାକୁ ପସନ୍ଦ କରୁଛନ୍ତି । ଏଫଡିରେ ନିବେଶ କରିବା ପାଇଁ ବୟସର କୌଣସି ସୀମା ନାହିଁ । ଆପଣ କୌଣସି ବି ବୟସରେ ଏଫଡି କରିପାରିବେ । କୌଣସି ବି ବ୍ୟାଙ୍କରେ ଅତି କମରେ ୭ ଦିନ ପାଇଁ ଏଫଡି କରିପାରିବେ କିମ୍ବା ସର୍ବାଧିକ ୧୦ ବର୍ଷ ପାଇଁ ନିବେଶ କରିପାରିବେ । ଲମ୍ବା ଅବଧିର ଏଫଡି ଉପରେ ଭଲ ରିଟର୍ଣ୍ଣ ବି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉ ବ୍ୟାଙ୍କ କେତେ ସୁଧ ଦେଉଛି…

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)
ଗୋଟିଏ ବର୍ଷରୁ ୨ ବର୍ଷର ଏଫଡିରେ ୫ ପ୍ରତିଶତ ସୁଧ ମିଳିଥାଏ । ୨ରୁ ୫ ବର୍ଷ ପାଇଁ ୫.୩ % ଓ ୫ ବର୍ଷରୁ ଅଧିକ ବର୍ଷ ଅବଧି ପାଇଁ ୫.୪ %ର ସୁଧ ମିଳିଥାଏ ।

ଆକ୍ସିସ୍ ବ୍ୟାଙ୍କ(AXIS BANK)
ଗୋଟିଏ ବର୍ଷରୁ ୨ ବର୍ଷର ଏଫଡିରେ ୫.୧୦ରୁ ୫.୨୫% ସୁଧ ମିଳିଥାଏ । ୨ ବର୍ଷ ବା ଅଧିକ ବର୍ଷ ପାଇଁ ୫.୨୫ରୁ ୫.୭୫ ସୁଧ ମିଳିଥାଏ ।

ଆଇସିଆଇସିଆଇ ବ୍ୟାଙ୍କ(ICICI BANK)
ଗୋଟିଏ ବର୍ଷରୁ ୫ ବର୍ଷର ଏଫଡିରେ ୫ % ପର୍ଯ୍ୟନ୍ତ ସୁଧ ମିଳିଥାଏ । ୫ ବର୍ଷରୁ ଅଧିକ ଅବଧି ପାଇଁ ଏଫଡି ଉପରେ ୫.୬ % ସୁଧ ମିଳିଥାଏ ।

ୟେସ୍ ବ୍ୟାଙ୍କ (Yes Bank)
ଏହି ବ୍ୟାଙ୍କ ୬ ମାସରୁ ୧ ବର୍ଷର ଫିକ୍ସ ଡିପୋଜିଟ୍ ଉପରେ ୫ରୁ ୫.୨୫% ସୁଧର ଅଫର ଦେଉଛି । ୫ ବର୍ଷରୁ ଅଧିକ ଅବଧି ପାଇଁ ଏଫଡି ଉପରେ ୬.୨୫ ପ୍ରତିଶତ ସୁଧ ଦେଉଛି ।

ଏହିପରି ଭାବରେ ଅନ୍ୟ ବ୍ୟାଙ୍କଗୁଡ଼ିକରେ ବି ଅଫର ମିଳୁଛି । ଯେଉଁଥିରେ IDFC ଫାଷ୍ଟ ବ୍ୟାଙ୍କ ୬ ପ୍ରତିଶତ ସୁଧ, DCB ବ୍ୟାଙ୍କ ୫.୯୫% ସୁଧ, RBL ବ୍ୟାଙ୍କ ୫.୭୫ରୁ ୬.୩ % ସୁଧ, ୟୁନିଅନ ବ୍ୟାଙ୍କ ୫.୫ ପ୍ରତିଶତ ସୁଧ ଦେଉଛି ।