fbpx
BSKY
BJD SHG SKY
BJD MC SKY

ବଡି ବିଲ୍ଡିଂ କରିବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଜାଣିବା ବଡି ବିଲ୍ଡିଂର ରହସ୍ୟ କଥା

ଆଜିକାଲି ଦୁନିଆରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି। ଲୋକେ ସୁନ୍ଦର ଫିଟନେସ ସହ ବଡି ବିଲ୍ଡି କରି କମ୍ପିଟିସନରେ ଜିତିବା ପାଇଁ ମଧ୍ୟ ଲକ୍ଷ୍ୟ ରଖୁଛନ୍ତି। ସେଥିପାଇଁ ଜିମ ଯିବାକୁ ପସନ୍ଦ କରୁଛନ୍ତି ଯୁବପିଢି। ବର୍ତ୍ତମାନ ଯୁବ ପିଢିଙ୍କ ପ୍ରଥମ ପସନ୍ଦ ହେଉଛି ବଡି ବିଲ୍ଡିଂକରି ବିଭିନ୍ନ କମ୍ପିଟିସନର ଟାଇଟଲ ଟ୍ୟାଗକୁ ଜୟ କରିବା । ସାଧାରଣତଃ ବଡି ବିଲ୍ଡି କରିବା ଏତେ ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ ସହ ଜୀବନରେ ସଂଘର୍ଷ ମଧ୍ୟ କରିବାକୁ ପଡିଥାଏ । ସେଥିପାଇଁ ଆସନ୍ତୁ ଜାଣିବା ଜଣେ ଭାରତୀୟ ବଡି ବିଲ୍ଡରଙ୍କ କଥା । ସେ କିଏ,ତାଙ୍କ ବଡି ବିଲ୍ଡିଂର ଯାତ୍ରା କିପରି ଥିଲା ଓ ସେ କମ୍ପିଟିସନ ପାଇଁ କଣ କଣ କରୁଥିଲେ । ତେବେ ସେ ଜଣକ ହେଉଛନ୍ତି ଦିପକ ନନ୍ଦ, ଯିଏ ଭାରତରେ ରାଁକ ନାମରେ ସୁପରିଚିତ । କାରଣ ତାଙ୍କ ବ୍ୟକ୍ତିଗତ ଜୀବନ ଓ ଲୁକ, ଡବ୍ଲୁ .ଡବ୍ଲ .ଇ. ଫାଇଟର ରାଁକ ଓରଫ ଡ୍ବେନ ଜନସନଙ୍କ ସହ ପାଖାପାଖି ମିଶିଯାଏ ।

ଦିପକ ମୁମ୍ବାଇରେ ଆୟୋଜିତ ଇଣ୍ଟରନାସନାଲ ବଡି ବିଲ୍ଡି ଶୋ ‘ଏମେଚ୍ଚୋର ଅଲମ୍ପିଆ ଆଇଏଫବିବି ପ୍ରୋ ଶୋ’ ରେ ଓଭର ଅଲ ଇନ କ୍ଲାସିଫିକ କ୍ୟାଟେଗୋରୀରେ ଆଇଏଫବିବି ପ୍ରୋ କାର୍ଡ ଜିତିଥିଲେ । ଏହି କାର୍ଡ ୨୪୩ ଜଣଙ୍କ ମଧ୍ୟରୁ ଦିପକଙ୍କୁ ପ୍ରଦାନ କରାଯାଇଥିଲା । କେମିତି ସେ ୧୨ ଘଣ୍ଟାରେ ୪କିଲୋ ଓଜନ କମାଇଛନ୍ତି ଚାଲନ୍ତୁ ଜାଣିବା । ପ୍ରକୃତରେ ଦିପକଙ୍କ ହାଇଟ ୫ଫୁଟ ୧୦ ଇଂଚ । ଯେତେବେଳେ ସେ ଜିତିଥିବା କାର୍ଡ ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ତାଙ୍କ ଓଜନ ୯୩ କିଲୋ ଥିଲା । କିନ୍ତୁ ଅଚାନକ ସେ ଜାଣିବାକୁ ପାଇଲେ କମ୍ପିଟିସନ ପାଇଁ ୮୯ କିଲୋ ଓଜନ ବଧ୍ୟତା ମୂଳକ। ସେଥିପାଇଁ ଦିପକଙ୍କୁ ୪ କିଲୋ ଓଜନ କମାଇବାକୁ ଥିଲା।

ଏହି ପରିସ୍ଥିତିରେ ଦିପକଙ୍କ ଟ୍ରେନର ତାଙ୍କ ଫିଜିକାଲକୁ ଦେଖି କିଛି ଏକ୍ସପେରିମେଣ୍ଟ କରିଥିଲେ ଯାହାଦ୍ୱାରା ସକାଳ ସୁଦ୍ଧା ୪କିଲୋ ଓଜନର ହ୍ରାସ ଘଟିଥିଲା । ରହସ୍ୟଟି ହେଉଛି ଟ୍ରେନର ତାଙ୍କୁ ଭାତ ପେଟପୁରା ଖାଇବାକୁ ଦେଇଥିଲେ ହେଲେ ପାଣି ପିଇବାକୁ ଦେଇ ନଥିଲେ । ଏହାଦ୍ୱାରା ଭାତ ବଡିର ସବୁ ପାଣି ଶୋଷିନେଇଥିଲା ସେଥିପାଇଁ ବଡିରେ ପାଣିର ଓଜନ କମିଯାଇଥିଲା । ଦିପକ କହିଛନ୍ତି ଯେ, ଯଦି ପ୍ରଫେଶନଲ ବଡି ବିଲ୍ଡି ପାଇଁ ପ୍ରତିଦିନ କଠୋର ପରିଶ୍ରମ କରିବାକୁ ପଡିଥାଏ । ଆପଣ ମାନଙ୍କର ଗୋଟେ ଭୁଲ ମିଲଖାଦ୍ୟ ପୁରା ବଡିକୁ ବଦଲାଇ ଦେଇଥାଏ । କହିବାକୁ ଗଲେ ସେ ଏକ୍ସରସାଇଜ କରିଲା ସମୟରେ ପେନ ପାଇଁ କିଛି ଔଷଧ ମଧ୍ୟ ଖାଉନଥିଲେ । କାରଣ ଟାବଲେଟ ଶରୀରରେ ଥିବା ପାଣିକୁ ରୋକିଦେଇଥାଏ । ଏହାଦ୍ୱାରା ଓଜନ ବଢିବାର ସମ୍ଭାବନା ଅଧିକ ରହିଥାଏ ।

ଯେବେ ସେ ଜୁନ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ କଟିଙ୍ଗ ପାଇଁ ପ୍ରସ୍ତୁତ କରୁଥିଲେ ସେତେବେଳେ ସିଗାରେଟ ସେବନ କମ କରିଦେଇ ପ୍ରୋଟିନ ସେବନ ଅଧିକ କରିଥିଲେ । କଟିଙ୍ଗ ପାଇଁ ସେ ଦିନକୁ ୨କିଲୋ ଚିକେନ , ୧୦ଟି ଅଣ୍ଡା ଏବଂ ୯୦୦-୧୦୦୦ ଗ୍ରାମର ଭାତ ଖାଉଥିଲେ । ଏହା ସହ ସବୁଜ ପନିପରିବା,ଚିଆ ସିଡ ଓଟ୍ସ ମଧ୍ୟ ଡାଏଟରେ ସାମିଲ ଥିଲା । ଏହି ଖାଦ୍ୟକୁ ସେ ୬ଥର କରି ଖାଉଥିଲେ । କମ୍ପିଟିସନ ସରିଲା ପରେ ମଧ୍ୟ ସେ ଏହି ରୁଟିନକୁ ଫଲୋ କରୁଛନ୍ତି ।

Get real time updates directly on you device, subscribe now.