fbpx

ସେମି ଫାଇନାଲ ଲକ୍ଷ୍ୟରେ ପାକିସ୍ତାନ: DLS ନିୟମରେ ସାଉଥ ଆଫ୍ରିକାକୁ ୩୩ ରନରେ ଦେଲା ମାତ୍

ସେମି ଫାଇନାଲ ଲକ୍ଷ୍ୟରେ ପାକିସ୍ତାନ: ଡି.ଏଲ ନିୟମରେ ସାଉଥ ଆଫ୍ରିକାକୁ ୩୩ ରନରେ ଦେଲା ମାତ୍
ସିଡନୀ: ସାଉଥ ଆଫ୍ରିକା ବିପକ୍ଷରେ ଏକ ବଡ ବିଜୟ ହାସଲ କରିଛି ପାକିସ୍ତାନ । ୩୩ ରନରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ସେମି ଫାଇନାଲ ଦିଗରେ ବଢାଇଛି ଆଉ ଏକ ପାଦ । ଏହି ମ୍ୟାଚରେ ସାଉଥ ଆଫ୍ରିକା ପାଇଁ ବର୍ଷା ସବୁଠୁ ବଡ ବିପଦ ସାଜିଛି । ଯାହା ଫଳରେ ପାକିସ୍ତାନର ବୋଲର ଦଳ ଉପରେ ଭାରୀ ପଡିଛନ୍ତି । ଡିଏଲଏସ ମେଥଡ ଅନୁସାରେ ଏହି ମ୍ୟାଚ ଉପରେ ପାକିସ୍ତାନ କବଜା କରି ସେମି ଫାଇନାଲ ପାଇଁ ଆଉ ୨ଟି ମୂଲ୍ୟବାନ ପଏଣ୍ଟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ସାଉଥ ଆଫ୍ରିକାକୁ ୧୮୬ ରନର ଲକ୍ଷ୍ୟ ଦେଇଥିଲା ପାକିସ୍ତାନ । ଯାହାକୁ ହାସଲ କରିବାରେ ଫେଲ ମାରିଛି ବାଭୂମା ସେନା । ପ୍ରଥମ ଓଭରରେ ହିଁ ଷ୍ଟାର ଓପନର କ୍ୱିଣ୍ଟନ ଡି କକ୍ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଯାଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା । ତୃତୀୟ ଓଭରର ଚତୁର୍ଥ ବଳରେ ୭ ରନ୍ କରି ରିଲି ରୁଷୋ ଆଉଟ ହୋଇଥିଲେ । ତେବେ ଅଷ୍ଟମ ଓଭରରେ ପାକିସ୍ତାନକୁ ଦୁଇ ଦୁଇଟି ସଫଳତା ଦେଇଥିଲେ ଶାଦବ ଖାନ । ନିରନ୍ତର ୱିକେଟ ହରାଇବା ସମୟରେ ବର୍ଷା ମଧ୍ୟ ଦଳ ପାଇଁ ଆଉ ଏକ ବିପଦ ହୋଇଥିଲା । ୧୧ ଓଭରରେ ସାଉଥ ଆଫ୍ରିକାକୁ ୧୧୭ ରନ ଆବଶ୍ୟକ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ ରୋକାଯାଇଥିଲା ।

ପରେ ଡକ୍ ୱର୍ଥ ଲୁଇସ ନିୟମ ଅନୁସାରେ ୧୫୧ ରନର ନୂଆ ଟାର୍ଗେଟ ପାଇଥିଲା ସାଉଥ ଆଫ୍ରିକା । କିନ୍ତୁ ଏହି ସୁଯୋଗକୁ ବି ହାତେଇ ପାରିନାହିଁ ବାଭୂମା ସେନା । ପାକିସ୍ତାନ ବୋଲରଙ୍କୁ ଗୋଟିଏ ପରେ ଗୋଟିଏ ୱିକେଟ ଶେଷରେ ମ୍ୟାଚ ମଧ୍ୟ ପାକିସ୍ତାନ ହାତକୁ ଟେକି ଦେଇଛନ୍ତି । ୧୫୧ ଲକ୍ଷ୍ୟର ପିଛା କରୁଥିବା ସାଉଥ ଆଫ୍ରିକା ୯ ୱିକେଟ ହରାଇ ମାତ୍ର ୧୦୮ ରନ କରିବାରେ ୯ ୱିକେଟ ସଫଳ ହୋଇଛି । ଫଳରେ ଏହି ମ୍ୟାଚକୁ ୩୩ ରନରେ ଏକ ବଡ ବିଜୟରେ ପରିଣତ କରିଛି ପାକିସ୍ତାନ ।

ଏହି ମ୍ୟାଚରେ ପାକିସ୍ତାନର ଷ୍ଟାର ବୋଲର ଶାହୀନ ଆଫ୍ରିଦି ସର୍ବାଦିକ ୩ଟି ୱିକେଟ ନେଇଛନ୍ତି । ତାଙ୍କ ବ୍ୟତୀତ ଶାଦବ ଖାନ୍ ୨ଟି ସଫଳତା ପାଇଥିବା ବେଳେ ନସୀମ ଶାହ, ହରିସ ରୌଫ ଏବଂ ମହମ୍ମଦ ୱାସିମ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଏହି ବିଜୟ ସହ ସେମି ଫାଇନାଲ ଦିଗରେ ଆଉ ଏକ ପାଦ ବଢାଇଛି ପାକିସ୍ତାନ ।

Get real time updates directly on you device, subscribe now.