fbpx
BSKY
BJD SHG SKY
BJD MC SKY

ମ୍ୟାଲେରିଆ ପାଇଁ ଆସିଲା ନୂଆ ଆଣ୍ଟିବଡ଼ି, ଥରେ ଖାଇଲେ ୬ମାସ ପର୍ଯ୍ୟନ୍ତ ହେବନାହିଁ ସଂକ୍ରମଣ

ୱାଶିଂଟନ: ମ୍ୟାଲେରିଆ ରୋଗକୁ ନେଇ ମିଳିଛି ବଡ ଆଶ୍ୱସ୍ତି। ଆଫ୍ରିକାର ଚିକିତ୍ସା ବୈଜ୍ଞାନିକ ମାନେ ଆଣିଲେ ଖୁସି ଖବର। ମ୍ୟାଲେରିଆ ରୋକିବାରେ ମେଡ଼ିସିନ ପ୍ରସ୍ତୁତ କରି ସଫଳତା ହାସଲ କରିଛନ୍ତି ଆଫ୍ରିକାର ବୈଜ୍ଞାନିକ ମାନେ। ଏହା ଏମିତି ଏକ ଔଷଧ ଯାହାକୁ ଥରେ ନେବା ମାତ୍ରେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ମ୍ୟାଲେରିଆ ରୋଗ ହେବ ନାହିଁ। ଏହା ମ୍ୟାଲେରିଆ ସଂକ୍ରମଣକୁ ରୋକା ଯିବା ନିମିତ ପ୍ରସ୍ତୁତ କରାଯାଇଛି।

ଆଣ୍ଟିବଡିକୁ ନେଇ ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ଏହି ଔଷଧ ଅଳ୍ପ ସମୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ହେଲଥ୍ କ୍ଲିନିକାଲ ପରୀକ୍ଷଣର ଏକ ଅଧ୍ୟୟନରୁ ଜଣାପଡିଛି, ଏହି ଆଣ୍ଟିବଡ଼ିର ଗୋଟିଏ ପାନ ୬ମାସ ପର୍ଯ୍ୟନ୍ତ କାମ ଦେବ । ତେବେ ଆଣ୍ଟିବଡ଼ିଟି ୨୪ ସପ୍ତାହ ମଧ୍ୟରେ ମ୍ୟାଲେରିଆକୁ ରୋକିବାର ୮୮.୨% ପ୍ରଭାବଶାଳୀ ବୋଲି ପରୀକ୍ଷଣ ହୋଇଛି । ପରିକ୍ଷଣଟି ବୟଷ୍କ ବ୍ୟକ୍ତିଙ୍କ ଉପରେ କରାଯାଇଥିଲା । ଏହି ଅଧ୍ୟୟନଟି ଦ.ନିୟୁ ଇଂଲଣ୍ଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା । ଏହାପରେ ସିଆଲଟରେ ୨୦୨୨ ଆମେରିକୀୟ ସୋସାଇଟି ଅଫ ଟ୍ରପିକାଲ ମେଡ଼ିସିନ ଏବଂ ହାଇଜିନ ବାର୍ଷିକ ବୈଠକରେ ଆଣ୍ଟିବଡ଼ିକୁ ଉପସ୍ଥାପିତ କରାଯାଇଛି ।

ଏହି ପରୀକ୍ଷଣ କାଲିଫାବୋଗୁ ଏବଂ ଟୋରୋଡ଼ା ଗାଁରେ ଟ୍ରାଏଲ କରାଯାଇଥିଲା । ତେବେ ଏହି ଆଣ୍ଟିବଡ଼ି ସମସ୍ତଙ୍କୁ ସୁରକ୍ଷା ଦେବ ଏହା କହିବା ଭୁଲ ହେବ । ଡକ୍ଟର କୁସୁମ କହିଛନ୍ତି ଯେ, ପରୀକ୍ଷା ସମୟରେ ଲୋକଙ୍କୁ ଏହି ଡ୍ରପ ଦିଆଯାଇଥିଲା ତଥାପି ଏହି ପଦ୍ଧତି କଷ୍ଟ ସାଧ୍ୟ, କାରଣ ସବୁ ବର୍ଗର ଲୋକଙ୍କୁ ଏହି ଔଷଧ ଡ୍ରପ ମାଧ୍ୟମରେ ଦିଆଯାଇପାରିବ ନାହିଁ । କିନ୍ତୁ ବାକି ଫଳାଫଳ ଖୁସି ଖବର ଆଣିଛି । ତେଣୁ ପ୍ରାପ୍ତ ବୟଷ୍କ ବ୍ୟତିତ ଏହା ବର୍ତ୍ତମାନ ପିଲାମାନଙ୍କ ଉପରେ ପରୀକ୍ଷା କରାଯାଉଛି ।

Get real time updates directly on you device, subscribe now.