fbpx

Indian Armyରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କି? ଦରମା ୬୩୨୦୦ ଟଙ୍କା, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଭାରତୀୟ ସେନାରେ ଯୋଗ ଦେବା ଏବଂ ଦେଶ ସେବା କରିବା ଦିଗରେ ଅଗ୍ନିପଥ ଯୋଜନା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଏହାରି ମଧ୍ୟରେ ଭାରତୀୟ ସେନା ବାହିନୀରେ ଜବରଦସ୍ତ ଖାଲି ପଦବି ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଫାୟରମେନ୍‌ ଓ ଜୁନିୟର ଅଫିସ ଆସିଷ୍ଟାଣ୍ଟ ପଦବୀରେ ୩୦୬୮ ପଦବି ଖାଲି ପଡ଼ିଛି । ଏହି ଖାଲି ପଦବି ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏଥି ମଧ୍ୟରୁ ୨୩୧୩ ପଦବି ଟ୍ରେଡ୍ସମେନ ମେଟ, ୬୫୬ ଫାୟାରମେନ ଓ ୬୫୬ ଜୁନିୟର ଅଆସିଷ୍ଟାଣ୍ଟ ପଦବି ପାଇଁ ଉପଲବ୍ଧ ।

ମନୋନୀତ ପ୍ରାର୍ଥିଙ୍କୁ ମାସିକ ଦରମା ୧୮୦୦୦ ଟଙ୍କାରୁ ୬୩୨୦୦ ଟଙ୍କା ରଖାଯାଇଛି । ଏହି ପଦବି ପାଇଁ ଯୋଗ୍ୟତା, ବୟସ ଓ ଆବେଦନ ତାରିଖ ଆଦି ଅଫିସିଆଲ ୱେବସାଇଟ ‘www.aocrecruitment.gov.in ’ ରୁ ଜାଣିପାରିବେ । ତେବେ ଏଯାଏ ନୋଟିଫିକେସନ ଜାରି କରାଯାଇନି । ନୋଟିଫିକେସନ ଜାଣିବା ପାଇଁ ନଜର ରଖନ୍ତୁ ।

କେତେ ମିଳିବ ଦରମା

ଦରମା କଥା କହିବାକୁ ଗଲେ ଟ୍ରେଡସମେନ ପଦବି ପାଇଁ ମାସିକ ୧୮୦୦୦ ରୁ ୫୬,୯୦୦ ଟଙ୍କା, ଫାୟାରମ୍ୟାନ ପଦବି ପାଇଁ ମାସିକ ୧୯,୯୦୦ ରୁ ୬୩,୨୦୦ ଟଙ୍କା ଓ ଜୁନିୟର ଅଫିସ ଆସିଷ୍ଟାଣ୍ଟ ପଦବି ପାଇଁ ମାସିକ ୧୯,୯୦୦ ରୁ ୬୩,୨୦୦ ଟଙ୍କା ଦରମା ମିଳିବ ।

Get real time updates directly on you device, subscribe now.