Big Breakig: ଆଜିଠାରୁ ଦେଶରେ ଲାଗୁ ହେଲା ୱକଫ୍ ଆଇନ, କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ଲାଗୁ ହେଲା ୱକଫ୍ ଆଇନ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସଂସଦରେ ପାରିତ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଲାଗୁ ହେଲା ବିବାଦୀୟ ୱକଫ୍ ଆଇନ ।

କେନ୍ଦ୍ରୀୟ ମାଇନରିଟି ଆଫେୟାର୍ସ ମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେଶନ୍ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ୱକଫ୍ ଆମେଡମେଣ୍ଟ ଆକ୍ଟର ସେକ୍ସନ ୧ ସବୁସେକ୍ସନ (୨)ଅନୁସାରେ ୮ ଏପ୍ରିଲ ୨୦୨୫ରେ ଦେଶବ୍ୟାପୀ ୱକଫ୍ ଆଇନ ଲାଗୁ କରାଯାଉଛି ।

ଏପ୍ରିଲ ୩ ରାତିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲୋକସଭାରେ ୱକଫ୍ ସଂଶୋଧନ ବିଲ ଉପରେ ଆଲୋଚନା ହେବା ପରେ ୪ ତାରିଖରେ ରାଜ୍ୟ ସଭାରେ ବିଲ୍ ପାରିତ କରାଯାଇଥିଲା ।

ଇଣ୍ଡି ମେଣ୍ଟ ସମେତ କିଛି ମୁସଲମାନ ସମ୍ପ୍ରଦାୟର ଏମପି ବିଲକୁ ବିରୋଧ କରିବାର ଦେଖିବାକୁ ମିଳିଥିଲା ।