fbpx
BJD SKY
BJD SKY

ଓ୍ଵାର୍ଣ୍ଣର-ହେଡେନଙ୍କୁ ପଛରେ ପକାଇଲେ ବାବର ଆଜମ, ହେଲେ ଭାଙ୍ଗି ପାରିଲେନି ବିରାଟଙ୍କ ରେକର୍ଡ

BJD

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚରେ ପାକିସ୍ତାନ ଓ୍ଵେଷ୍ଟଇଣ୍ଡିଜକୁ ୧୨୦ ରନରେ ପରାସ୍ତ କରିଛି। ମ୍ୟାଚରେ ପାକିସ୍ତାନର ଅଧିନାୟକ ବାବର ଆଜମ ନିଜ ପ୍ରଥମ ମ୍ୟାଚର ଫର୍ମକୁ ବଜାୟ ରଖି ଦ୍ଵିତୀୟ ଦିନିକିଆରେ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ଇମାମ ଉଲ ହକଙ୍କ ସହ ମିଶି ଦ୍ଵିତୀୟ ଓ୍ଵିକେଟରେ ଶତକୀୟ ଇନିଂସ ଯୋଡିଛନ୍ତି। ବାବର ୯୩ ବଲରୁ ୭୭ ରନ କରିଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ଵିତୀୟ ଦିନିକିଆରେ ଅର୍ଦ୍ଧଶତକ ହାସଲ କରି ବାବର ଆଜମ ଲଗାତାର ଛଅଟି ମ୍ୟାଚରେ ସବୁଠୁ ଅଧିକ ରନ କରିବା ମାମଲାରେ ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ମାଥ୍ୟୁ ହେଡେନଙ୍କୁ ପଛରେ ପକାଇଛନ୍ତି। ହେଲେ ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ରସ୍ ଟେଲରଙ୍କ ରେକର୍ଡ ଭାଙ୍ଗିପାରି ନାହାନ୍ତି।

ଲଗାତାର ଛଅଟି ଦିନିକିଆ ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ନ୍ୟୁଜିଲାଣ୍ଡର ଦିଗଜ ବ୍ୟାଟସମ୍ୟାନ ରସ୍ ଟେଲରଙ୍କ ନାମରେ ରହିଛି। ସେ ଲଗାତାର ଛଅଟି ମ୍ୟାଚରେ ୬୨୮ ରନ କରିଛନ୍ତି। ତାଲିକାରେ ଦ୍ଵିତୀୟ ସ୍ଥାନରେ କୋହଲି ରହିଛନ୍ତି। ସେ ୬୧୭ ରନ କରିଛନ୍ତି। ବାବର ଆଜମ ସେହି ସମାନ ସଂଖ୍ୟକ ମ୍ୟାଚରେ ୬୧୪ ରନ କରିଛନ୍ତି। ବାବର କୋହଲିଙ୍କ ରେକର୍ଡ ଭାଙ୍ଗିବାରୁ ତିନି ରନ ପଛରେ ରହି ଯାଇଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ନାମରେ ୫୯୫ ରନ କରିଛନ୍ତି। ମାଥ୍ୟୁ ହେଡେନ ୫୭୬ ରନ କରିଛନ୍ତି।

Get real time updates directly on you device, subscribe now.