fbpx

ଓଡିଆ ଝିଅଙ୍କ କମାଲ: ମିସେସ୍ ୟୁନିଭର୍ସ କାନାଡା ଟାଇଟଲ ଜିତି ଆଣିଲେ ଗୌରବ

ଜୟପୁର(ସତ୍ୟ ନାରାୟଣ ସାହୁ): କାନାଡାରେ ଯାଇ ଓଡିଶା ପ୍ରଦେଶର ଟେକ ରଖଛନ୍ତି ମିତାଲି । ମିସେସ୍ ୟୁନିଭର୍ସ କାନାଡା-୨୦୨୧ ଟାଇଟଲ ଜିତି ରାଜ୍ୟ ପାଇଁ ପାଲଟିଛନ୍ତି ଗୌରବର ବିଷୟ । ନିଜର ସୌନ୍ଦର୍ୟ୍ୟ ପାଇଁ ସେ କାନାଡାରେ ଓଡିଶା ତଥା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏହି ସଫଳତା ପରେ ବିଭିନ୍ନ ସ୍ଥାନରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।

କୋରାପୁଟ ଜିଲ୍ଲା ଜୟପୁର ସହରର ଝିଅ ମିତାଲି ପଣ୍ଡା । କାନାଡାରେ ଚାଲିଥିବା ମିସେସ ୟୁନିଭର୍ସ-୨୦୨୧ ଟାଇଟଲକୁ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । କାନାଡାର କରବାଚୌଥ ବିୟୁଟି ୨୦୧୮ ପ୍ରତିଯୋଗିତା ସହିତ ମିସେସ୍ ରୟାଲ ଚଏସ-୨୦୧୯ ଟାଇଟଲ ମଧ୍ୟ ସେ ହାସଲ କରିଛନ୍ତି ମିତାଲୀ । ଏହାପରେ ଅନଲାଇନ୍ ମାଧ୍ୟମରେ ଏହାର ପ୍ରତିଯୋଗୀତା ଆୟୋଜନ କରିଥିଲା ନ୍ୟାସନାଲ ଡାଇରେକ୍ଟର ଏଣ୍ଡ ମିସେସ୍ ୟୁନିଭର୍ସ ଅନୁଷ୍ଠାନ । ଏଥିପାଇଁ ଇଣ୍ଟରଭ୍ୟୁ ଦେବା ପରେ ଚୟନ ହୋଇଥିବା ପ୍ରତିଯୋଗୀଙ୍କୁ ନେଇ ରାମ୍ପ ସୋ ସହିତ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ମିତାଲୀ ମିସେସ୍ ୟୁନିଭର୍ସ କାନାଡା-୨୦୨୧ ଟାଇଟଲ ସେ ହାସଲ କରିଛନ୍ତି। ଉକ୍ତ ଅନୁଷ୍ଠାନ ପକ୍ଷରୁ ମିତାଲିଙ୍କୁ ସୁନ୍ଦରୀ ମୁକୁଟ ସହ ବ୍ୟାଚ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି ମିତାଲୀଭ୍କର ଏହି ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି ଭଉଣୀ ମୋନାଲୀ ପଣ୍ଡା ।

ମିତାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନିଜ ପ୍ରାଥମିକ ଅଧ୍ୟୟନ ଶେଷ କରିବା ପରେ ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟରେ ପାଠ ପଢୁଥିଲେ । ଏଥିସହ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରି ଭୁବନେଶ୍ବରର ସେଞ୍ଚୁରିଅନ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଇଞ୍ଜିନିୟରିଂ ଶେଷ କରିଥିଲେ ମିତାଲୀ । ଏହାପରେ ସେ ଏକ ଆଇଟି କମ୍ପାନୀରେ ସେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ। ପରେ ସମୟଚକ୍ରରେ ୨୦୧୭ ମସିହାରେ ଜୟପୁର ଇରିଗେସନ କଲୋନୀର ସନ୍ଦିପ ବର୍ମାଙ୍କ ସହ ବିବାହ କରି ସ୍ୱମୀଙ୍କ ସହ କାନାଡା ଚାଲିଯାଇଥିଲେ ମିତାଲୀ । କାନାଡାରେ ଏବେ ଏକ ବ୍ୟାଙ୍କରେ ସେ ଚାକିରୀ କରୁଛନ୍ତି । ଏହା ପରେ ମଧ୍ୟ ମିସେସ୍ ୟୁନିଭର୍ସ କାନାଡା-୨୦୨୧ ଟାଇଟଲ ହାସଲ କରି କୋରାପୁଟ ସହ ସାରା ଓଡିଶା ପାଇଁ ଗୌରବ ଆଣିଛନ୍ତି ମିତାଲୀ ପଣ୍ଡା ।

Get real time updates directly on you device, subscribe now.