fbpx

୬ ଜିଲ୍ଲାକୁ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶ୍ରାବଣ ମାସରେ ଲାଗି ରହିଛି ଧାରା ଶ୍ରାବଣ । ବିଭିନ୍ନ ସ୍ଥାନରେ ଶ୍ରାବଣର ବର୍ଷାରେ ଭିଜୁଛି ଓଡ଼ିଶା । ତେବେ ଏହାମଧ୍ୟରେ ଆସନ୍ତା ୩ ଘଣ୍ଟା ପାଇଁ ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ସମେତ କଳାହାଣ୍ଡି, ଗଞ୍ଜାମ ଏବଂ ଗଜପତିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ଆସନ୍ତା ୩ ଘଣ୍ଟା ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ତଳିଆ ଅଞ୍ଚଳରେ ପାଣିଜମିବା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଇପାରେ ।

Get real time updates directly on you device, subscribe now.