fbpx

ଜନ୍ମ ବେଳେ ଥିଲେ ମହିଳା, କିନ୍ତୁ ୪୯ ବର୍ଷ ପରେ ହୋଇଗଲେ ପୁରୁଷ: ଭଉଣୀର ସାଙ୍ଗକୁ କଲେ ବିବାହ

ନୂଆଦିଲ୍ଲୀ: ମହିଳା ରୂପରେ ଜନ୍ମ କିନ୍ତୁ ପରେ ଅଚାନକ ପୁରୁଷ ହୋଇ ବିବାହ କରିଛନ୍ତି । ଏଭଳି ଘଟଣା ହୁଏତ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ । କିନ୍ତୁ ଏହି କଥାରେ କୌଣସି ମିଥ୍ୟା ବା ଗୁଜବ ନାହିଁ । ଜନ୍ମ ସମୟରେ ନବଜାତ ଶିଶୁକନ୍ୟାକୁ କିଛି ବର୍ଷ ପରେ ପୁରୁଷ ଭାବରେ ଦେଖାଯାଇଛି । ଏହାପରେ ସେ ଜଣେ ମହିଳାଙ୍କୁ ବିବାହ ମଧ୍ୟ କରିଛନ୍ତି । ଉଭୟଙ୍କ ବିବାହକୁ ପ୍ରଶାସନ ତରଫରୁ ପ୍ରମାଣପତ୍ର ମଧ୍ୟ ମିଳିସାରିଛି । ଯାହାକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କ ବିଷୟରେ ଖୁବ ଆଲୋଚନା ହେଉଛି ।

ସୂଚନା ଅନୁସାରେ, ମହିଳା ରୂପରେ ଜନ୍ମ ନେଇଥିବା ବେଳେ ସେ ୪୯ ବର୍ଷ ବୟସରେ ନିଜର ଲିଙ୍ଗ ପୁଷ୍ଟିକରଣ ସର୍ଜରୀ କରାଇ ମହିଳାରୁ ପୁରୁଷ ରୂପ ଧାରଣ କରିଛନ୍ତି । ଏହାପରେ ବ୍ୟକ୍ତି ଜଣକ ନିଜ ଭଉଣୀଙ୍କ ବନ୍ଧୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଦୁଇ ଦମ୍ପତ୍ତିଙ୍କୁ ବିବାହ ପଞ୍ଜୀକରଣର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଦେଶରେ ‘LGBTQIA+’ ସମୁଦାୟକୁ ନେଇ ସଚେତନତା ବଢୁଥିବା ବେଳେ ଏଭଳି ଅଜବ ବିବାହକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ୨ ବର୍ଷ ତଳେ ଲଇଙ୍ଗ ପୁଷ୍ଟିକରଣ ସର୍ଜରୀ କରାଇଥିବା ଅସ୍ଥିତ୍ୱ ଆସ୍ଥା ନାମକ ଜଣେ ମହିଳାଙ୍କ ସହ ବିବାହ ପଞ୍ଜିକରଣ ପ୍ରକ୍ରିୟା ସମୟରେ ବର ଭାବରେ ଆବଦେନ କରିଥିଲେ । ଏଥିପାଇଁ ସେ ନିଜର ମେଡିକାଲ ସାର୍ଟିପିକେଟ ସହ ଅନ୍ୟ ଦସ୍ତାବିଜ ମଧ୍ୟ ପ୍ରଦାନ କରିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାଧିକାରୀ ।

ବର୍ତ୍ତମାନ ଉଭୟଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିମଧ୍ୟରେ ଘରକୁ ଉଭୟ ଦମ୍ପତ୍ତିଙ୍କୁ ବନ୍ଦାପନା କରି ସ୍ୱାଗତ କରାଯାଉଥିବାର ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ଅସ୍ଥିତ୍ୱ ବୃତ୍ତି ଅନୁଯାୟୀ ଏକ ସମ୍ପତ୍ତି ବ୍ୟବସାୟୀ । ସେ କହିଛନ୍ତି ଯେ, ଜଣେ ମହିଳା ଭାବରେ ନିଜକୁ ଗ୍ରହଣ କରି ନ ପାରିବାରୁ ସେ ୪୭ ତମ ଜନ୍ମଦିନରେ ମୁମ୍ବାଇର ଏକ ଡାକ୍ତରଖାନାରେ ଲିଙ୍ଗ ନିଶ୍ଚିତକରଣ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପୂର୍ବରୁ ତାଙ୍କ ନାମ ଅଳକା ଥିଲା ବୋଲି କହିଛନ୍ତି ଅସ୍ଥିତ୍ୱ ।

Get real time updates directly on you device, subscribe now.