fbpx

କଣ ବିରାଟଙ୍କ ପାଖକୁ କାରଣ ଦର୍ଶାଅ ନୋଟିସ୍ ପଠାଇଥାନ୍ତେ ସୌରଭ? ବୟାନ ଜାରି କଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ରେ ଡିସେମ୍ବର ମାସରେ ଏକ ନୂଆ ଝଡ଼ ସୃଷ୍ଟି ହୋଇଛି । ବିସିସିଆଇ ଏବଂ ଚୟନକର୍ତ୍ତାମାନେ ମିଳିତ ଭାବେ ସୀମିତ ଓଭର କ୍ରିକେଟ୍ ରେ ଦିନିକିଆ ଅଧିନାୟକ ରହିବାକୁ ସ୍ଥିର କରିବାକୁ ଯାଇ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବରେ ନେବାକୁ ନିର୍ଣ୍ଣୟ ନିଆଯାଇଥିଲା । ଯାହା ପରେ ବିରାଟ ଏବଂ ବୋର୍ଡ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା।

ବିରାଟ କୋହଲିଙ୍କ ହାତରୁ ଦିନିକିଆରେ ଅଧିନାୟକ ପଦ ଗଲା ପରେ ସାମ୍ବାଦିକ ସମ୍ମିଳନୀ କରି ଟି୨୦ ଅଧିନାୟକ ପଦ ପ୍ରସଙ୍ଗରେ ତାଙ୍କ ସହ କୌଣସି ବିସିସିଆଇ ଅଧିକାରୀ କଥା ହୋଇନଥିବା ସେ କହିଥିଲେ । ଗଣମାଧ୍ୟମରେ ବିରାଟ ମୁହଁ ଖୋଲିଥିବା କାରଣରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିବା ଖବର ଆସିଥିଲା । କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ଗାଙ୍ଗୁଲି ।

ଗାଙ୍ଗୁଲି କହିଛନ୍ତି ଯେ, ଏହି ଖବରରେ ସତ୍ୟତା ନାହିଁ । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସେ କୋହଲିଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁନଥିଲେ ବୋଲି ଦାଦା କହିଛନ୍ତି । ଏକ ଜାତୀୟ ଖବରକାଗଜକୁ ସାକ୍ଷାତକାର ଦେଇ ଗାଙ୍ଗୁଲି କହିଛନ୍ତି ଯେ, ସେ କେବେ ହେଲେ ଏକଥା ଭାବି ନାହାଁନ୍ତି । ଯେଉଁ ଖବର ସାମ୍ନାକୁ ଆସୁଛି ସେଥିରେ କିଛି ସତ୍ୟତା ନାହିଁ ।

ସୂଚନାଯୋଗ୍ୟ, ଗାଙ୍ଗୁଲି ବିରାଟଙ୍କ ଉପରେ ଖପ୍ପା ଥିବା ଓ ପଦକ୍ଷେପ ନେବାକୁ ଚାହୁଁଥିବା ଖବର ଆସିଥିଲା । କିନ୍ତୁ ବୋର୍ଡର ଅନ୍ୟ ସଦସ୍ୟ ମନାଇବା ପରେ ଗାଙ୍ଗୁଲି ଏପରି ପଦକ୍ଷେପ ନେଇନଥିଲେ । ଏହା ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟଙ୍କ ମନୋବଳ ଉପରେ ପ୍ରଭାବ ପକାଇଥାନ୍ତା ବୋଲି କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

 

 

Get real time updates directly on you device, subscribe now.