fbpx

ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ୱାସିମ୍ ଜାଫର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ଭାରତୀୟ ଖେଳାଳି ୱାସିମ ଜାଫରଙ୍କୁ ଓଡିଶା କ୍ରିକେଟ ଦଳର କୋଚ ଭାବରେ ନିଯୁକ୍ତ କରାଯାଇଛି । ଓସିଏ ପକ୍ଷରୁ ବୁଧବାର ଜାଫରଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବତନ ଭାରତୀୟ ଓପନର ରଣଜୀ ଟ୍ରଫିରେ ସର୍ବାଧିକ ରନ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ୩୧ଟି ଟେଷ୍ଟ ଓ ଦୁଇଟି ଦିନିକିଆ ମ୍ୟାଜଚ ଖେଳିଛନ୍ତି । ଏହା ସହିତ ୨୬୦ଟି ପ୍ରଥମ ଶ୍ରେଣୀ ଏବଂ ୧୧୮ଟି ଲିଷ୍ଟ ଏ ମ୍ୟାଚ ଖେଳିବାର ଅଭିଜ୍ଞତା ଜାଫରଙ୍କ ନିକଟରେ ରହିଛି ।

ଜାଫର ଭାରତ ପାଇଁ ୩୧ ଟେଷ୍ଟରୁ ୧୯୪୪ ରନ ସହିତ ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ଏହା ମଧ୍ୟରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ରହିଛି । ପ୍ରଥମ ଶ୍ରେଣୀରେ ୧୯୪୧୦ ରନ୍ କରିଥିବା ଜାଫର ନିଜ କ୍ୟାରିୟରରେ ୧୦ ଥର ରଣଜୀ ଟ୍ରଫି ହାସଲ କରିଛନ୍ତି । ମୁମ୍ବାଇ ପକ୍ଷରୁ ୮ ଥର ରଣଜୀ ଟ୍ରଫଇ ଜିତିଥିବା ଜାଫର ନିଜ କ୍ୟାରିୟରର ଅନ୍ତିମ ଦୁଇ ସିଜିନରେ ବିଦର୍ଭକୁ ଚାମ୍ପିଅନ୍ କରାଇଥିଲେ । ଓଡିଶାର କୋଚ ଦାୟିତ୍ୱ ସମ୍ଭାଳିବାକୁ ଯାଉଥିବା ଜାଫର ଏହା ପୂର୍ବରୁ ବାଂଲାଦେଶ ଟିମର ବ୍ୟାଟିଂ କୋଚ୍ ଏବଂ କିଙ୍ଗସ ଇଲେଭେନ ପଞ୍ଜାବର କୋଚ ଦାୟିତ୍ୱ ସମ୍ଭାଳିଛନ୍ତି । ନିକଟରେ ଦୁଇ ବର୍ଷ ପାଇଁ ଉତ୍ତରାଖଣ୍ଡ ରଣଜୀ ଦଳର କୋଚ ରହିଥିଲେ ଜାଫର ।

Get real time updates directly on you device, subscribe now.