fbpx

Video: ଚନ୍ଦ୍ର କକ୍ଷପଥରେ ପହଞ୍ଚି ପ୍ରଥମ ଭିଜୁଆଲ ପଠାଇଲା ଚନ୍ଦ୍ରଯାନ୍‌-୩

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ-୩। ଶୁକ୍ରବାର ଚନ୍ଦ୍ର କକ୍ଷପରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଏହି ଫଟୋ ଗୁଡ଼ିକୁ ଉତ୍ତୋଳନ କରିଥିଲା। ରବିବାର ଏହି ଫଟୋକୁ ପ୍ରକାଶ କରିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ବା ISRO। ୫ ଅଗଷ୍ଟ ୨୦୨୩ ରେ ଚନ୍ଦ୍ର ଅର୍ବିଟ୍ ଇନ୍ସର୍ସନ୍ (LOI) ସମୟରେ ଚନ୍ଦ୍ରୟାନ-୩ ମହାକାଶଯାନ ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଥିଲା।ଯାହାକୁ ଆଜି ଚନ୍ଦ୍ରଯାନ୍‌-୩ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟୁଇଟ୍ କରାଯାଇଛି। ଚନ୍ଦ୍ର ମିଶନ ଏପର୍ଯ୍ୟନ୍ତ ସଫଳ ରହିଛି ଏବଂ ISRO ଆଶା କରୁଛି ଯେ ବିକ୍ରମ ଲ୍ୟାଣ୍ଡର ଅଗଷ୍ଟ ୨୩ ରେ ଚଳିତ ମାସ ଶେଷରେ ଚନ୍ଦ୍ର ପୃଷ୍ଠରେ ଭଲରେ ଅବତରଣ କରିବ।

୨୨ ଦିନର ଯାତ୍ରା ପରେ ଶୁକ୍ରବାର ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା। ଇସ୍ରୋ ଚନ୍ଦ୍ର ଦକ୍ଷିଣ ପୋଲକୁ ଏକ ଜଟିଳ ୪୧ ଦିନିଆ ଯାତ୍ରା ପାଇଁ ଏହି ମିଶନ ଆରମ୍ଭ କରିଛି, ଯେଉଁ ସ୍ଥାନକୁ ପୂର୍ବରୁ ଅନ୍ୟ ଦେଶ ଯାଇ ନାହାନ୍ତି। ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-୩ ଇସ୍ରୋକୁ ବାର୍ତ୍ତା ପଠାଇଥିଲା। ଆଉ କହିଥିଲା “ମୁଁ ଚନ୍ଦ୍ର ମାଧ୍ୟାକର୍ଷଣ ଅନୁଭବ କରୁଛି,”। ଯାହା ଚନ୍ଦ୍ରଯାନକୁ ଚନ୍ଦ୍ରର ନିକଟତର କରିଥିଲା ​​ବେଙ୍ଗାଲୁରୁର ସ୍ପେସ୍ ଏଜେନ୍ସିର ସେଣ୍ଟରରୁ ବିନା କୌଣସି ତ୍ରୁଟିରେ ଏହା କରାଯାଇଥିଲା।

Get real time updates directly on you device, subscribe now.