fbpx

Video: ୧୦ ହଜାର ଫୁଟ୍ ଉପରେ ଜି-୨୦ ପତାକା ଉଡ଼ାଇଲେ ୱିଙ୍ଗ୍ କମାଣ୍ଡର ଗଜାନନ୍ଦ ଯାଦବ ମନାଇଲେ ଉତ୍ସବ

ନୂଆଦିଲ୍ଲୀ: ଜି-୨୦ ବୈଠକ ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି । ଦିଲ୍ଲୀର ସାଜସଜ୍ଜା ଠାରୁ ଆରମ୍ଭ କରି ବିଦେଶୀ ଅଥିତି ମାନଙ୍କର ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ଥଳ ମାର୍ଗରୁ ଆରମ୍ଭ କରି ଆକାଶ ମାର୍ଗରେ ସୁରକ୍ଷା କଡ଼ାଜକଡ଼ି କରାଯାଇଛି । କହିବାକୁ ଗଲେ ଦିଲ୍ଲୀ ବୈଠକ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ । ଏହାକୁନେଇ ପୂରା ଦେଶରେ ମଧ୍ୟ ଚର୍ଚ୍ଚା ହେଉଛି ।

ଏହି ଖାସ୍ ଅବସରରେ ବାୟୁସେନା ଷ୍ଟେସନ୍ ମଧ ଦ୍ୱୀପରେ ମୁତୟନ ୱିଙ୍ଗ୍ କମାଣ୍ଡର ଗଜାନନ୍‌ଦ ଯାଦବ ନୀଳ ଆକାଶରେ ଜି-୨୦ ବୈଠକର ଉତ୍ସବ ମନାଇଛନ୍ତି । ସେ ବାୟୁସେନା ଷ୍ଟେସନ୍ ଫଲୋଦୀରେ ଜି-୨୦ ପତାକା ସହିତ ୧୦ ହଜାର ଫୁଟ୍ ଉପରେ ସ୍କାଏ ଡାଇଭିଂ କରିଥିଲେ । ଗଜାନନ୍ଦ ଜଣେ ପାରା ସୁଟର ଜମ୍ପ ଇନଷ୍ଟ୍ରକଟର ଅଟନ୍ତି ଏବଂ ଭାରତୀୟ ବାୟୁସେନା ସ୍କାଏ ଡାଇଭିଂ ଟିମ୍ ଆକଶ ଗଙ୍ଗାର ସଦସ୍ୟ ଅଟନ୍ତି । ଗଜାନନ୍ଦ ନିଜ କ୍ୟାରିୟରରେ ୨୯୦୦ ରୁ ଅଧିକ ଥର ଆକାଶରୁ ପୃଥିବିକୁ ଲମ୍ଫ ମାରି ସାରିଲାଣି ।

ଭାରତର ନେତୃତ୍ୱରେ ଆଉ କିଛି ସମୟ ପରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ । ଏଭଳି ସ୍ଥିତିରେ ପୋଲିସ ଆଗାମୀ ୪ ଦିନ ପାଇଁ ବିଶେଷ ପ୍ରସ୍ତୁତି କରିଛି । ଏହା ସହିତ ନୂଆଦିଲ୍ଲୀ ଜିଲ୍ଲାରେ ରହୁଥବା ଅଧିକାରୀ ଏବଂ ଲୋକମାନଙ୍କୁ ପୁର୍ବରୁ ନିର୍ଦେଶ ଜାରି କରାଯାଇଛି ।

ଏହି ବୈଠକରେ ସାମିଲ ହେବା ପାଇଁ ବିଶ୍ୱର ବିଭିନ୍ନ ନେତାଙ୍କ ଆଗମନ ମଙ୍ଗଳବାରରୁ ଆରମ୍ଭ ହୋଇଯାଇଛି । ଆମେରୀକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଆସି ଭାରତରେ ପହଞ୍ଚିବେ । ଶୁକ୍ରବାର ସକାଳୁ ସକାଳୁ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆସି ପହଞ୍ଚି ସାରିଛନ୍ତି । ଗୁରୁବାର ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅଧ୍ୟକ୍ଷ ମଧ୍ୟ ଆସି ଭାରତରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.