fbpx

ନ୍ୟାସନାଲ୍ ଜିଓଗ୍ରାଫିକ୍ ରେ ଓଡ଼ିଶାର ଜଲୱା: ବିଶ୍ୱ ଦେଖିବ ‘ବିର୍ଷା ମୁଣ୍ଡା ହକି ଷ୍ଟାଡିଅମ’ ନିର୍ମାଣର ଫିଚର ଫିଲ୍ମ

ଭୁବନେଶ୍ୱର: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆୟୋଜିତ ହେବାକୁ ହକି ବିଶ୍ୱକପ୍‌କୁ ନେଇ ଏବେ ପୁରା ରାଜ୍ୟବାସୀ ଉତ୍ସାହିତ ଅଛନ୍ତି । ହକିର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ରେ ଗତକାଲି ମୁଖ୍ୟମନ୍ତ୍ରୀ ବିଶ୍ୱର ଅନ୍ୟତମ ବିରାଟ ଷ୍ଟାଡିୟମକୁ ଉଦଘାଟନ କରି ଏହି ଉତ୍ସାହକୁ ଦୁଇଗୁଣା କରିଛନ୍ତି । ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ଆନ୍ତର୍ଜାତିୟ ଚ୍ୟାନେଲ୍ ‘ନ୍ୟାସନାଲ ଜିଓଗ୍ରାଫି’ ଦ୍ୱାରା ପ୍ରସ୍ତୁତ ଫିଚର ଫିଲ୍ମ ପ୍ରସାରଣ କରିବାକୁ ଯାଉଛି । ଯାହା ସାରା ବିଶ୍ୱରେ ଓଡ଼ିଶାର ପାରିବା ପଣିଆକୁ ଜାହିର କରିବ । ତେବେ ଖୁବ ଶୀଘ୍ର ‘ବିର୍ଷା ମୁଣ୍ଡା ହକି ଷ୍ଟାଡିଅମ’ ନିର୍ମାଣ ଉପରେ ପ୍ରସ୍ତୁତ ଏହି ଫିଚର ଫିଲ୍ମ ପ୍ରସାରଣ ହେବ ବୋଲି ସୂଚନା ମିଳିଛି।

ଓଡ଼ିଶା ପ୍ରଥମ ଥର ପାଇଁ କୋଣସି ରାଜ୍ୟ ଭାବେ ଲଗାତାର ଦୁଇଥର ହକି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ପୁର୍ବରୁ ୨୦୧୮ରେ ମଧ୍ୟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ସଫଳତାର ସହିତ ଆୟୋଜନ କରି ସାରିଛି । ଏହାକୁ ସଫଳତାକୁ ଭିତ୍ତିକରି ଓଡ଼ିଶାକୁ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଆୟୋଜନ କରିବାକୁ ସୁଯୋଗ ମିଳିଛି ।

ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଷ୍ଟିଲ୍ ସିଟି ରାଉରକେଲା ନବବଧୂ ପରି ସଜେଇ ହେଉଥିବା ବେଳେ ବର୍ତ୍ତମାନ ସୁଧା ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ ସମେତ ୫ରୁ ଉର୍ଦ୍ଧ ଟିମ୍ ଓଡ଼ିଶା ଆସି ସାରିଲେଣି । ଘରୋଇ ଦଳ ସର୍ବ ପ୍ରଥମେ ଆସି ପ୍ରସ୍ତୁତି ମଧ୍ୟ ଜୋରଦାର କରୁଛି ।

Get real time updates directly on you device, subscribe now.