fbpx

(video) movie review: ଟ୍ରେନରେ ଚଢିବାକୁ ଭୟ କରିବେ ଏ ସିନେମା ଦେଖିଲେ, ଲକ୍ଷ୍ୟ ଲାଲୱାନୀ- ରାଘବ ଜୁୟାଲଙ୍କ ଦମଦାର ଆକ୍ସନ

Advertisement

ଓଡିଶା ଭାସ୍କର: କିଲ! ସିନେମାଟି ଭାରତରେ ଆଜି ରିଲିଜ ହୋଇଛି । ସିନେମାରେ କେବଳ ରହିଛି ଆକ୍ସନ, ଆକ୍ସନ ଓ ଆକ୍ସନ । ତାହାସହ ସିନେମାରେ ଅଛି ସାଧାରଣ କାହାଣୀ, ମାତ୍ର ମେକର୍ସ ତାହାକୁ ଅସାଧାରଣ ଭାବରେ ପରଦାରେ ଫୁଟାଇ ପାରିଛନ୍ତି । ଏହି ସିନେମାକୁ ଦେଖିଲା ପରେ ଜଣେ ଭୟ କରିବ ଟ୍ରେନ ଯାତ୍ରା କରିବା ପାଇଁ । ‘କିଲ’ ରେ ଜଣେ ସୈନିକକୁ ଜଣେ ଝିଅ ସହ ପ୍ରେମ ହୋଇଯାଏ । ମାତ୍ର ନିଜ ପ୍ରେମିକାର ବିବାହ ଅନ୍ୟ ଗୋଟିଏ ସ୍ଥାନରେ ସ୍ଥିର ହୋଇଯାଏ । ଫଳରେ ବିବାହ ଭାଙ୍ଗି ସୈନିକ ଜଣକ ତାଙ୍କ ପ୍ରେମିକାକୁ ତାଙ୍କ ସହ ଚାଲି ଆସିବାକୁ କହନ୍ତି । ହେଲେ ପ୍ରେମିକା ସେଇ ସମୟରେ ନ ଆସି ପରେ ଦିଲ୍ଲୀରେ ଦେଖା ହେବାକୁ କହନ୍ତି । ପରେ ପ୍ରେମିକା ଟ୍ରେନରେ ଯାଆନ୍ତି ସୈନିକକୁ ଦେଖା କରିବା ପାଇଁ । ସେହି ସମାନ ଟ୍ରେନରେ ହିଁ ତାଙ୍କ ପ୍ରେମିକ ମଧ୍ୟ ସେମାନଙ୍କ ସାଙ୍ଗମାନଙ୍କ ସହ ଯାତ୍ରା କରୁ ଥାଆନ୍ତି । ସେହିସମୟରେ ହିଁ ସବୁକିଛି ବଦଳିଯାଏ । ଡକାୟତି ଆକ୍ରମଣରେ ଏମିତି ଦୃଶ୍ୟ ପ୍ରତିଫଳିତ ହୋଇଛି ଟ୍ରେନରେ, ଯାହାକୁ ଦେଖିଲେ ଦର୍ଶକଙ୍କ ଲୋମଟାଙ୍ଗୁରୀ ଉଠିବ । ରକ୍ତର ଖେଳକୁ ଏହି ସମୟରେ ଏମିତି ପରଦାରେ ପ୍ରତିଫଳିତ କରାଯାଇଛି, ଯାହା ଜୀବନ୍ତ ହେବା ସହ ଦର୍ଶକଙ୍କୁ ସିନେମା ହଲକୁ ଟାଣିବାକୁ ବାଧ୍ୟ କରିବ ।
ଏହି ସିନେମା ୧୦୦ ମିନିଟ ଅବଧିର । ଏହାକୁ ବଲିଉଡର ସବୁଠୁ ବେଶୀ ସମାନତା ରକ୍ଷା କରୁଥିବା ସିନେମା କୁହାଯାଇପାରେ । ତାହା ସହ ଭାଓଲେନ୍ସରେ ଭରି ରହିଛି ଏହି ‘କିଲ’ ସିନେମା । ନିଖିଲ ଭଟ୍ଟ ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି । ଏଭଳି ସିନେମା ତିଆରି ପାଇଁ ଦମ୍ ଥିବା ଦରକାର । ନହେଲେ ଜଣେ ତିଆରି କରି ପାରିବ ନାହିଁ । ଲକ୍ଷ୍ୟ, ରାଘବ ଓ ତାନ୍ୟାଙ୍କ ଦମଦାର ଅଭିନୟରେ ସିନେମା ଋଦ୍ଧିମନ୍ତ ହୋଇ ପାରିଛି । ଆଇଏମଡିବି ଏହି ସିନେମାକୁ ପ୍ରାୟ ୭.୨ ରେଟିଂ ଦେଇଛି । ଦୁର୍ବଳ ହୃଦୟ ଥିବା ବ୍ୟକ୍ତି ଏହି ସିନେମାରୁ ଦୂରେଇ ରହିବା ଦରକାର ।

 

View this post on Instagram

 

A post shared by Dharma Productions (@dharmamovies)

Get real time updates directly on you device, subscribe now.