fbpx

ଶରୀରରେ ମେଡିସିନର ପ୍ରଭାବ ହ୍ରାସ କରୁଛି ପିଇବା ପାଣି: ଜଳରେ ରହିଛି ଅଧିକ ଆଣ୍ଟିବାୟୋଟିକ, ଆସିଲା ନୂଆ ରିସର୍ଚ୍ଚ ରିପୋର୍ଟ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ସାରା ବିଶ୍ୱରେ ନୂଆ ନୂଆ ସମସ୍ୟା ଦେଖାଯାଉଛି । ସାରା ବିଶ୍ୱରେ ଏବେ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଏହି କାରଣରୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି । ବିନା କାରଣରେ ଓ ଅଧିକ ମାତ୍ରାରେ ମେଡିସିନ ସେବନ କରିବା କାରଣରୁ ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସର ସମ୍ଭାବନା ଥିବା କୁହାଯାଉଥିଲା । ମାତ୍ର ଘରକୁ ସପ୍ଲାଇ ହେଉଥିବା ପାଣି କାରଣରୁ ଶରୀରେ ଆଣ୍ଟିବାୟୋଟିକ ଔଷଧର ପ୍ରଭାବ ପଡ଼ୁନଥିବା ନେଇ ସୂଚନା ମିଳିଛି । ଲାନ୍ସେଟ ପ୍ଲାନେଟ୍ରି ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଏହି ରିସର୍ଚ୍ଚରେ ଚୀନ ଓ ଭାରତର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟସରୁ ପାଣିର ନମୂନା ନିଆଯାଇଥିଲା । ଏହି ଯାଞ୍ଚରେ ଅନେକ ସ୍ଥାନରେ ପାଣିରେ ଆଣ୍ଟିବାୟୋଟିକ ଉପସ୍ଥିତି ଧାର୍ଯ୍ୟ ସୀମାଠାରୁ ଅଧିକ ରହିଥିବା ଜଣାପଡ଼ିଥିଲା । ପାଣିରେ ରହିଥିବା କିଛି ଜୀବାଣୁ କାରଣରୁ ବ୍ୟାକ୍ଟେରିଆମାନେ ଆଣ୍ଟିବାୟୋଟିକ ଔଷଧ ସହିତ ଲଢ଼ିବାର କ୍ଷମତା ବିକଶିତ କରିନେଇଥାନ୍ତି । ଫଳରେ ଆଣ୍ଟିବାୟୋଟିକ ପ୍ରତିରୋଧ କ୍ଷମତା ତିଆରି ହୋଇ ଔଷଧର ପ୍ରଭାବ ଶରୀର ଉପରେ ପଡ଼େ ନାହିଁ ।

ଦେଶର ଅନେକ ଅଞ୍ଚଳରେ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ପାଣି ସପ୍ଲାଇ କରାଯାଇଥାଏ । ଯଦି ପାଣିର ଟ୍ରିଟମେଣ୍ଟ ପରେ ମଧ୍ୟ ସେଥିରେ ଆଣ୍ଟିବାୟୋଟିକ ଅଧିକ ରହିବ, ତେବେ ତାହା ଆଣ୍ଟିବାୟୋଟିକ ପ୍ରତିରୋଧର ଆଶଙ୍କା ସୃଷ୍ଟି କରିଥାଏ । ସାରା ଦେଶରେ ୮୫ ପ୍ରତିଶତ ଜନତା ଭୂତଳ ଜଳ ଉପରେ ନିର୍ଭର କରିଥାନ୍ତି । ତେବେ ଏହି ଜଳରେ ମଧ୍ୟ ଆଣ୍ଟି ମାଇକ୍ରୋବିଲ ପ୍ରତିରୋଧ ବିକଶିତ ହେଉଥିବା ଚିନ୍ତାର ବିଷୟ ବୋଲି ବିଶେଷଜ୍ଞ କହିଛନ୍ତି । ଅତ୍ୟଧିକ ଆଣ୍ଟିବାୟୋଟିକ ଔଷଧର ସେବନ, ପୋଲଟ୍ରି ଫାର୍ମର ଦୂଷିତ ପାଣି ଭୂତଳ ଜଳରେ ମିଶିବା, ଔଷଧକୁ ଜଳାଶୟରେ ଫୋପାଡ଼ିବା ଆଦି କାରଣରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଇଛି ।

Get real time updates directly on you device, subscribe now.