ଖୋଲିବ ହୀରକୁଦ୍ ଗେଟ୍, ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ୁଛି ଜଳଭଣ୍ଡାରର ଜଳସ୍ତର
ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିବାକୁ ହୋଇଛି ନିଷ୍ପତି ।
ସମ୍ବଲପୁର: ଆଜି ପୁଣି ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ୨୪ ଘଣ୍ଟାରେ ଜଳସ୍ତର ୩ଫୁଟ୍ ବଢ଼ିଲାଣି ।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୦. ୧୦ ଫୁଟ୍ । ପ୍ରବେଶ କରୁଛି ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ୍ ଜଳ ।
ନିଷ୍କାସିତ ହେଉଛି ୩୬ ହଜାର ୬୫୪ କ୍ୟୁସେକ୍ ଜଳ ।
ଲଗାଣ ବର୍ଷା ପାଇଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିବାକୁ ହୋଇଛି ନିଷ୍ପତି ।
ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ।
ଏହା ସହ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।
ମହାନଦୀ ଭିତରେ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଫୁଲୁଥିବା ସୂଚନା ରହିଛି ।