fbpx
BSKY SKY
BSKY SKY

(Video) ପ୍ରକୃତିର ଚମତ୍କାର: ଜଳପ୍ରପାତର ଜଳ ଭୂମିକୁ ସ୍ପର୍ଶ କରୁନାହିଁ, ଏହା କ’ଣ ସମ୍ଭବ

BSKY

ନୂଆଦିଲ୍ଲୀ: ଭାରତ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । ଦେଶର ବିଭିନ୍ନ ସ୍ଥାନରେ ଥିବା ପାହାଡ଼, ଝରଣାର ପ୍ରାକୃତିକ ଦୃଶ୍ୟ ସାଧାରଣ ଲୋକଙ୍କୁ ଆକର୍ଷିତ କରିଥାଏ । ଯଦି ଆମେ ଜଳପ୍ରପାତ କଥା କହିବା, ତାହା ସଭିଙ୍କୁ ଆକର୍ଷିତ କରିଥାଏ । ପାହାଡ଼ର ଉଚ୍ଚ ସ୍ଥାନରୁ ନିମ୍ନକୁ ବିଶାଳକାୟ ଆକୃତିର ଜଳ ପ୍ରବାହିତ ହେଲେ ତାହାକୁ ଜଳପ୍ରପାତ କୁହାଯାଇଥାଏ । ସାଧାରଣତ ଭାବେ ଜଳପ୍ରପାତରେ ଜଳ ଉପରୁ ତଳକୁ ପଡ଼ିଥାଏ । ତେବେ କୌଣସି ଜଳପ୍ରପାତର ଜଳ ଭୂମିକୁ ସ୍ପର୍ଶ କରୁ ନଥିବାର ଦୃଶ୍ୟ ଆପଣମାନେ କେବେ ଦେଖିଛନ୍ତି କି?

ଏପରି ଅଜବ ତଥା ଆକର୍ଷଣୀୟ ଜଳପ୍ରପାତ ଆମ ଦେଶରେ ରହିଛି । ମହାରାଷ୍ଟ୍ରର ରଙ୍ଗଣା କିଲାରେଏପରି ଏକ ଦୁର୍ଲ୍ଲଭ ଜଳପ୍ରପାତ ରହିଛି । ଜଳ ପାହାଡ଼ର ଉଚ୍ଚସ୍ଥାନରୁ ତଳକୁ ନ ଆସି ବାୟୁରେ ରହିବା ଦୃଶ୍ୟ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ପ୍ରକୃତ କାରଣ ହେଉଛି, ଏହି ସ୍ଥାନରେ ବାୟୁ ଏତେ ତୀବ୍ର ବେଗରେ ଗତି କରେ ଯେ, ଜଳ ଭୂମିକୁ ନ ଆସି ପବନରେ ଉଡ଼ିବାକୁ ଲାଗିଥାଏ ।

ଏହି ପ୍ରାକୃତିକ ଦୃଶ୍ୟ ଯିଏ ଦେଖିଛି, ସେ ହିଁ ଏହାର ମଜା ବିଷୟରେ କହିପାରିବ । ଅଧିକାଂଶ ସମୟରେ ଏହି ମନୋରମ ଦୃଶ୍ୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଥାଏ । ରଙ୍ଗଣା କିଲା ସିନ୍ଧୁପୁର ଓ କୋହ୍ଲାପୁର ଜିଲ୍ଲାର ସୀମାରେ ଅବସ୍ଥିତ । ଏଠାରେ ସହ୍ୟାଦ୍ରୀ ପର୍ବତ ଶୃଙ୍ଖଳାରେ ଅନେକ ଜଳପ୍ରପାତ ରହିଥାଏ । ଏହି ଜଳପ୍ରପାତ ଦେଖିବାକୁ ଏତେ ଆକର୍ଷଣୀୟ ଯେ, ଥରେ ସେ ସ୍ଥାନକୁ ଗଲେ ଆଉ ଫେରିବାକୁ ଇଚ୍ଛା ହୁଏ ନାହିଁ । କେବଳ ସୁନ୍ଦରତା ନୁହେଁ, ବାୟୁ ମଧ୍ୟରେ ଜଳ କିପରି ରହୁଛି, ତାହା ଦେଖଣାହାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ପ୍ରକୃତିର ଏହି ମନୋରମ ଦୃଶ୍ୟକୁ ଥରେ ନ ଦେଖିଲେ ବିଶ୍ୱାସ କରିହୁଏ ନାହିଁ ।

Get real time updates directly on you device, subscribe now.