ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋର୍ଟରେ ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘରୋଇ କଳି ମାମଲାର ଆଜି ଶୁଣାଣି ରହିଥିଲା । ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ସୁମିତଙ୍କ ପିଟିସନ ଖାରଜ କରି ଦେଇଥିବା ବେଳେ ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି । ସୁମିତଙ୍କ ଓକିଲ ୧୫ ଦିନର ମହଲତ ମାଗିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ଅନ୍ୟ ପକ୍ଷରେ ତପସ୍ୱିନୀଙ୍କ ପାଇଁ ଭଡାଘର ଖୋଜିବାକୁ ରାୟ ଦେଇଛନ୍ତି କୋର୍ଟ ।
ତେବେ ସୁମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବାରୁ ସେ ଭଡାଘର ଖୋଜି ପାରିବେ ନାହିଁ । ଏହା ବିରୋଧରେ ଆପିଲେଟ୍ କୋର୍ଟରେ ଅପିଲ କରାଯାଇଥିବା କହିଛନ୍ତି ସୁମିତଙ୍କ ଓକିଲ । ସେହିପରି ସୁମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ଚିକିତ୍ସା ପାଇଁ ବାହାରକୁ ଯାଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି ଓକିଲ । ଭିଡିଓ…