ଆଗାମୀ ୫ ଦିନ ସିଝିବ ଓଡ଼ିଶା, ସିଭିୟର ହିଟ୍‌ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି

୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ ସହର। ୨୫ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ପଶ୍ଚିମ ଓଡ଼ିଶାକୁ ମିଳିବ ନାହିଁ ନିସ୍ତାର ।

ଭୁବନେଶ୍ୱର: ତତଲା ଟାୱାରେ ଭାଜି ହେଉଛି ସାରା ରାଜ୍ୟ। ଆହୁରି ୫ ଦିନ ଆକାଶରୁ ହେବ ନିଆଁ ବର୍ଷା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି। ୨୬ ତାରିଖ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା ।

୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ ସହର। ୨୫ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ପଶ୍ଚିମ ଓଡ଼ିଶାକୁ ମିଳିବ ନାହିଁ ନିସ୍ତାର ।

ଉପକୂଳ ଓଡ଼ିଶାରେ ଗୁଳୁଗୁଳି କଲବଲ କରିବ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ସିଭିୟର ହିଟ୍‌ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।