ବଦଳିଲା ପାଗ: ଭୁବନେଶ୍ବର ଏୟାରପୋର୍ଟରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ
କୋଲକାତା ଅଭିମୁଖେ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ଅବତରଣ କରିପାରିଲାନି ବିମାନ।
ଭୁବନେଶ୍ବର: କୋଲକାତା ଅଭିମୁଖେ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ଅବତରଣ କରିପାରିଲାନି ବିମାନ।
ଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ପାଗ ଖରାପ ଯୋଗୁଁ ଭୁବନେଶ୍ବର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ।