fbpx
BSKY SKY
BSKY SKY

ଏହି ସପ୍ତାହରେ କେଉଁ ରାଶିର ବ୍ୟକ୍ତମାନେ ହେବେ ଭଗ୍ୟଶାଳୀ: ଟେରୋ ରାଶିଫଳ ମାଧ୍ୟମରେ ଜାଣନ୍ତୁ ଆପଣଙ୍କ ଭାଗ୍ୟ

BSKY

ରାଶିରେ ଗ୍ରହ ଚାଳନା ଆପଣଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇଥାନ୍ତି । ଯାହା ଫଳରେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଅଗଷ୍ଟ ମାସରେ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ତିଥି ବାର ନକ୍ଷତ୍ରକୁ ନେଇ ଗ୍ରହ ଚାଳନାରେ ପରିବର୍ତ୍ତନ ହୋଇଥାଏ । ତେବ ଆସନ୍ତୁ ଜାଣିବା ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହରେ କେଉଁ ରାଶିରେ କି ପରିବର୍ତ୍ତନ ହେଉଛି ।

ଟେରୋ ରାଶିଫଳ ଅନୁସାରେ କିଛି ରାଶିରେ ବ୍ୟକ୍ତିମାନଙ୍କ ପାଇଁ ଅନେକ ସୁଖ ସମୃଦ୍ଧି ଆଣୁଛି ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହ । ସେମାନେ ଚାକିରୀ, ବାଣିଜ୍ୟ ବେପାରରେ ସଫଳତା ପାଇବା ସହ ଧନ ଲାଭର ମଧ୍ୟ ଯୋଗ ଅଛି । ତେବେ ଦେଖିବା କେଉଁ ରାଶି ପାଇଁ ଶୁଭ ଫଳ ଦେବ ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହ ।

ମେଷ: ରେଟୋ ରାଶିଫଳ ଅନୁଯାୟୀ ମେଷ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ବ୍ୟସ୍ତ ରହିବେ । ନିଜର କିମ୍ବା ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଭଲ ହେବ ଛୋଟ ସମସ୍ୟା ହେଲେ ମଧ୍ୟ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ ।

ବୃଷ: ଏହି ରାଶିର ବ୍ୟକ୍ତିମାନେ ନିଜ ସହେଯାଗୀମାନଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ । ଛାତ୍ର ଛାତ୍ରୀମାନେ କଠିନ ପରିଶ୍ରମ କରିଲେ ଭଲ ଫଳ ମିଳିବ । ତେବେ ଏହି ରାଶିର ବ୍ୟକ୍ତିମାନଙ୍କୁ ଏହି ସପ୍ତାହରେ କିଛି ଭଲ ଖବର ମିଳିବ ।

ମିଥୁନ: ଏହି ସପ୍ତାହରେ ମିଥୁନ ରାଶିର ବ୍ୟକ୍ତିମାନଙ୍କର କାମ ଅଟକି ପରେ । ତେବେ ବ୍ୟସ୍ତ ନହେଇ ଧୈର୍ଯ୍ୟ ଧରନ୍ତୁ ଓ ସମୟକୁ ଅପେକ୍ଷା କରନ୍ତୁ । ତେବେ ସରକାରୀ କାର୍ଯ୍ୟରେ ଅସୁବିଧା ହୋଇପାରେ ।

କର୍କଟ: କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହ ଉତ୍ତମ ଫଳ ଦେବ ନାହିଁ । ଏହି ରାଶିର ବ୍ୟକ୍ତିମାନେ କୌଣସି ସମସ୍ୟାରେ ପଡିପାରନ୍ତି । ଏଥିପାଇଁ ଧୈର୍ଯ୍ୟର ସହ କାମ କରନ୍ତୁ ।

ସିଂହ: ଏହି ରାଶିର ବ୍ୟକ୍ତିମାନେ ସେୟାର ମାର୍କେଟରେ ନିବେଶ କରିଥିବା ପୁଞ୍ଜିକୁ ସଠିକ୍ ଭାବରେ ବିନିଯୋଗ କରିଲେ ଭଲ ଅର୍ଥ ମିଳିବ । ଏହି ସପ୍ତାହରେ ଧନ ପ୍ରାପ୍ତିର ଯୋଗ ଅଛି । କ୍ୟାରିୟରରେ ସୁବର୍ଣ୍ଣ ସୁଯୋଗ ମିଳିବ ।

କନ୍ୟା: କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ବହୁତ ଭଲ ଅଛି । ଆପଣଙ୍କ ଦକ୍ଷତା ଆପଣଙ୍କୁ ଲାଭବାନ କରାଇବ । ପ୍ରେମରେ ସଫଳତା ମିଳିବ, ସମ୍ପର୍କ ଭଲ ହେବ । ବ୍ୟବସାୟୀମାନେ ଉପକୃତ ହେବେ ।

ତୁଳା: ଏହି ରାଶିର ବ୍ୟକ୍ତିମାନେ ଦୂର ଯାତ୍ରା କରିପାରିବେ । ପ୍ରେମ ନିବେଦନ ପାଇଁ ଏହି ସମୟ ଭଲ ଅଛି । ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତିର ଯୋଗ ଅଛି । ନୂତନ ଚାକିରୀର ସୁଯୋଗ ଆସିପାରେ ।

ବିଛା: ବିଛା ରାଶିର ବ୍ୟକ୍ତିମାନଙ୍କୁ ବେପାରରେ ସଫଳତା ମିଳିପରେ । କିନ୍ତୁ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଭଲ ଫଳ ଦେବ ନାହିଁ । ଶରୀରର ଧ୍ୟାନ ରଖନ୍ତୁ ।

ଧନୁ: ଧନୁ ରାଶିର ଲୋକେ ଏହି ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ସମୟଟି ଭଲ ଅଛି । ଏହି ସପ୍ତାହଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ।

ମକର: ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହଟି ଉତ୍ତମ ଫଳ ଦେବ । ଅନେକ କାମରେ ସଫଳତା ମିଳିବା ସହ ବ୍ୟକ୍ତିଗତ ଜୀବନ ଓ ଚାକିରୀ ଜୀବନ ଉତ୍ତମ ରହିବ ।

କୁମ୍ଭ: ଏହି ରାଶିର ବ୍ୟକ୍ତିମାନଙ୍କୁ ବନ୍ଧୁଙ୍କ ସହେଯାଗ ମିଳିବ । ସପିଙ୍ଗ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଏହି ସପ୍ତାହଟି ଭଲ ଅଛି ।

ମୀନ: ମୀନ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ଟିକେ ଦେଖିଚାହିଁ ରହିବେ । ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନରେ ଅଶାନ୍ତି ଦେଖାଦେଇ ପାରେ । ଏକା ସହିତ ଅନେକ ସମସ୍ୟା ସାମ୍ନା କରିବାକୁ ପଡିପାରେ ।

Get real time updates directly on you device, subscribe now.