fbpx

ଚଢଉ ପାଇଁ ଯାଇଥିଲେ , ମାଡ ଖାଇ ଫେରିଲେ : ଚଢଉ ଟିମ୍ କୁ ଗୋଡାଇ ଗୋଡାଇ ପିଟିଲେ ଲୋକେ… ଦେଖନ୍ତୁ ଭିଡିଓ

ପାଟନା : ବେଆଇନ ଖଣି ଖନନ ଉପରେ ଚଢଉ କରିବାକୁ ପହଞ୍ଚିଥିଲେ ସରକାରୀ ଅଧିକାରୀ କିନ୍ତୁ ଅଜୟ ଦେବଗନ୍ ଙ୍କ ରେଡ୍ ଫିଲ୍ମ ଭଳି ସେମାନଙ୍କ ଉପରେ ସ୍ଥାନୀୟ ଲୋକ ବର୍ଷିପଡିଲେ । ଢେଲା ପଥର ମାଡ ସହ କେହି କେହି ବେତରେ ସେମାନଙ୍କୁ ମାଡ ମାରିଲେ । ଯାହାର ଭିଡିଓ ଭାଇରାଲ ହୋଇଛି । ଏହି ଘଟଣଶଟି ଘଟିଛି ବିହାରର ରାଜଧାନୀ ପାଟନାରେ ।

ସୂଚନାଯୋଗ୍ୟ, ବେଆଇନ ଖଣି ଖନନ ପାଇଁ କିଛି ସରକାରୀ ଅଧିକାରୀ ବିହାରର ପାଟନାରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତି ଥିବା କିଛି ଲୋକ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ଜିଲ୍ଲା ଖଣି ଅଧିକାରୀ ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏକ ନ୍ୟୁଜ୍ ଏଜେନ୍ସି ର ରିପୋର୍ଟ ଅନୁଯାୟୀ ମହିଳା ଅଧିକାରୀଙ୍କୁ ମଧ୍ୟ ଅଭିଯୁକ୍ତମାନେ ଘୋଷାଡି ନେଇଥିଲେ । ଏହି ସମୟରେ ସହକର୍ମୀମାନେ ତାଙ୍କୁ ବଞ୍ଚାଇଥିବାର ନଜର ଆସିଛନ୍ତି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅପରାଧୀମାନେ ଅଧିକାରୀଙ୍କ ଉପରେ ନିର୍ଦ୍ଦୟ ଭାବରେ ଲାଠି ମାଡ କରୁଛନ୍ତି । ଏହା ବ୍ୟତୀତ ଅନେକ ଲୋକ ସେମାନଙ୍କ ଉପରକୁ ଥର ଫିଙ୍ଗୁଛନ୍ତି। ଅଧିକାରୀଙ୍କ ଦଳ ସେମାନଙ୍କ ଜୀବନ ରକ୍ଷା କରିବା ପରେ ଖସିଯିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। କିନ୍ତୁ ଲୋକମାନେ ପୁରା ଟିମ୍ କୁ ଘେରି ରହିଛନ୍ତି।

ତେବେ ଏହସିଚ ଘଟଣାରେ ୪୪ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପ୍ରାୟ ୫୦ ଟି ଗାଡି ମଧ୍ୟ ଜବତ କରାଯାଇଛି। ଗାଡି ମାଲିକ ଏବଂ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Get real time updates directly on you device, subscribe now.