fbpx

ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଭଙ୍ଗାଗଲା ବିଜେପି କାର୍ଯ୍ୟାଳୟ; ପୋଲିସ-ଦଳୀୟ କର୍ମୀ ଧସ୍ତାଧସ୍ତି

Advertisement

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୋଲିସ। ଏପରିକି କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଥିଲା। କୋଲକାତାର ତାରାତାଲାର ଗୋରାଗାଚାସ୍ଥିତ ବିଜେପି କାର୍ଯ୍ୟାଳୟରେ ପୋଲିସ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପଶ୍ଚିମବଙ୍ଗ ପୋଲିସ ଦୁଇ ଦିନ ମଧ୍ୟରେ ରାସ୍ତା କଡ଼ରେ ଥିବା ବଜାରରୁ ଉର୍ଦ୍ଧ୍ୱ ଦୋକାନକୁ ଭାଙ୍ଗି ଦେଇଛନ୍ତି।

ରାସ୍ତାକଡ଼ରେ ଜବର ଦଖଲ କରିଥିବା ଦୋକାନୀଙ୍କ ଖିଲାଫରେ ଚାଲିଥିବା ଅଭିଯାନକୁ ନେଇ ଗୁରୁବାର ଏକ ବୈଠକ ରଖିଛନ୍ତି ମମତା ବାନାର୍ଜୀ। ଜୁନ୍ ୨୫ ତାରିଖ ଦିନ ପିଟିଆଇକୁ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କୋଲକାତା ଏବଂ ସଲ୍ଟଲେକ୍ ରେ ଥିବା ବିଭିନ୍ନ ଦୋକାନୀମାନଙ୍କୁ ଦୋକାନ ହଟାଇବାକୁ କୁହାଯାଇଛି। ମଙ୍ଗଳବାର ସକାଳୁ ଏକ ଜେସିବି ସାହାଯ୍ୟରେ ଭବାନୀପୁର ଅଞ୍ଚଳର ସରକାରୀ ଏସ୍. ଏସ୍. କେ. ଏମ୍ ହସ୍ପିଟାଲ୍ ସମ୍ମୁଖ ଫୁଟପାଥ୍ ସମେତ ସହରର ବିଭିନ୍ନ ସ୍ଥାନରୁ ଜବରଦଖଲକାରୀଙ୍କୁ ହଟାଇବା ଆରମ୍ଭ କରିଛି କୋଲକାତା ପୋଲିସ।

କୋଲକାତା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଆମେ ସହରରେ ଫୁଟପାଥ୍ ଉପରେ କୌଣସି ଜବରଦଖଲ କରିବାକୁ ଅନୁମତି ଦେବୁ ନାହିଁ। ସର୍ବପ୍ରଥମେ, ଆମେ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ସେମାନଙ୍କ ବ୍ୟବସାୟ ଚଳାଇବା ପାଇଁ ସୃଷ୍ଟି ହୋଇଥିବା ଅସ୍ଥାୟୀ ଦୋକାନଗୁଡ଼ିକୁ ହଟାଇବାକୁ କହୁଛୁ। ଯଦି ସେମାନେ ସହଯୋଗ କରୁନାହାନ୍ତି, ତେବେ ଜବରଦଖଲ ହଟାଇବା ପାଇଁ ଆମେ ଜେସିବି ବ୍ୟବହାର କରୁଛୁ।”

Get real time updates directly on you device, subscribe now.